Latest Odisha News

BREAKING NEWS

ଦ୍ରୁତ ଗତିରେ ମାଡିଲାଣି ଡିଙ୍ଗା ଡିଙ୍ଗା, ଆାକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍

ନୂଆଦିଲ୍ଲୀ: ପୁଣି ଥରେ ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱରେ ଲୋକଙ୍କୁ ଚିନ୍ତିତ କରିଛି। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର ବୁନ୍ଦିବୁଗ୍ୟେ ଜିଲ୍ଲାର ମହିଳା ଏବଂ ଝିଅମାନଙ୍କୁ ଅଧିକ ପ୍ରଭାବିତ କରୁଛି। ଆଜି ଆମେ ଆପଣଙ୍କୁ ଏହି ଜୀବାଣୁ ବିଷୟରେ କହିବୁ।

ରିପୋର୍ଟ ଅନୁଯାୟୀ, ଉଗାଣ୍ଡର ବୁନ୍ଦିବୁଗ୍ୟେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି। ଏହି ରୋଗର ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି। ଯେପରିକି ପୀଡ଼ିତ ଲୋକମାନେ ଜ୍ବର, ମୁଣ୍ଡବ୍ୟଥା, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ଅଚେତ ମଧ୍ୟ ହୋଇଯାଉଛନ୍ତି। ପୀଡ଼ିତଙ୍କ ଠିଆ ହେବା ଚାଲିବା ପ୍ରାୟ ଅସମ୍ଭବ ହୋଇଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ରୋଗ ଆାଫ୍ରୀକିୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବତ୍ତର୍ମାନ ପର୍ଯ୍ୟନ୍ତ ୪୦୦ ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି ମାତ୍ର କାହାର ମୃତ୍ୟୁ ହୋଇନାହିଁ।

ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି। ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କିୟାତା କ୍ରିଷ୍ଟିଫୋର କହିଛନ୍ତି । ସପ୍ତାହକ ମଧ୍ୟରେ ଅଧିକାଂଶ ରୋଗୀ ଭଲ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ରୋଗ ବୋଲି ଅନୁମାନ କରାଯାଉଛି। ଏହା ଏକ ସଂକ୍ରମଣ ହେଉଥିବାରୁ ସତର୍କ ରହିବା ପାଇଁ ଲୋକଙ୍କୁ କୁହାଯାଇଛି।

Leave A Reply

Your email address will not be published.