Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ନଗଡା: ଆଉ ଏକ ନବଜାତ ଶିଶୁ ଅପପୁଷ୍ଟିର ଶିକାର!

ଯାଜପୁର:ପୁଣି ଥରେ ମୁଣ୍ଡ ଟେକୁଛି କି ବହୁ ଚର୍ଚ୍ଚିତ ନଗଡା ଅପପୁଷ୍ଟି ମାମଲା । ପୁଣି ଥରେ ନଗଡାରେ ଏକ ନବଜାତ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ଏବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ନିକଟରେ ନଗଡା ଅଞ୍ଚଳର ଜଣେ ମହିଳା ଡାକ୍ତରଖାନାରେ ଏକ ନବଜାତକକୁ ଜନ୍ମ ଦେଇଥିଲେ। ଜନ୍ମ ବେଳେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ଵାଭାବିକ ନଥିଲା । ହେଲେ ଡାକ୍ତରଙ୍କ ବାରଣ ସତ୍ତ୍ୱେ ତାର ମା ଡାକ୍ତରଖାନାରେ ନରହି ଶିଶୁଟିକୁ ନେଇ ଘରକୁ ପଳାଇଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲକୁ ଆଣିବାକୁ ଚେଷ୍ଟା କରାଯାଇ ଥିଲେ ହେଁ ତାର ମା ଏଥିରେ ଅରାଜି ହେଉଥିବା ଦର୍ଶାଯାଇଛି । ସେପଟେ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିବା ପ୍ରସଙ୍ଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସ୍ବୀକାର କରିବା ସଙ୍ଗେ ସଙ୍ଗେ ଏହାର ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି ।

ସିଡିଏମଓ ଶିବାଶିଷ ମହାରଣାଙ୍କ କହିବା ଅନୁସାରେ, ଗତ ଦୁଇ ଦିନ ଦିନ ତଳେ ୩ଟି ପିଲାଙ୍କ ଶ୍ଵାସ ଜନିତ ସମସ୍ୟା ନେଇ ଖବର  ଆସିଥିଲା । ସେହି ଶିଶୁଙ୍କୁ ଆଣିବା ପାଇଁ ପୋଲିସଙ୍କ ସହ ଆଶା ଦିଦିଙ୍କୁ ଯାଇଥିଲେ । କିନ୍ତୁ  ସେଠାରେ ଆଶା ଦିଦିଙ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଆଶା ଦିଦି ୨ଟି ଶିଶୁକୁ ନେଇକି ଆସିଛନ୍ତି । କିନ୍ତୁ ଆଉଜଣେ ଶିଶୁ ରହିଯାଇଛନ୍ତି । ତାଙ୍କର ପରୀକ୍ଷା ଏଯାବତ୍ ହୋଇନାହିଁ । ତେଣୁ ଅପପୁଷ୍ଟି କଥା କହିବା ସଠିକ୍ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ସିଡିଏମଓ ଶିବାଶିଷ ମହାରଣା ।

Leave A Reply

Your email address will not be published.