ଭୁବନେଶ୍ୱର : ଲେଖିକା ଜୟଶ୍ରୀ ଦାସଙ୍କ ଉପନ୍ୟାସ ପେଟ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସବୁଜ ଭାରତ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣ ଭବନଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ତମ୍ବକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଏବଂ କବି ନିତ୍ୟରଞ୍ଜନ ନନ୍ଦ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ।
ଜୀବନରେ ପେଟର ଭୂମିକା ତଥା ସମାଜରେ ମନୁଷ୍ୟ ନିରନ୍ତର ସଂଗ୍ରାମ କରୁଥିବାବେଳେ ଜୀବନ ଜୀବିକା ସହ ଏହି ପେଟଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ସମାରୋହରେ ପୂଜ୍ୟ ପୂଜା ଓ ସହୀଦ ମାନଙ୍କ ସମର୍ପିତ କାର୍ଯ୍ୟ ପାଇଁ ବ୍ରଜବନ୍ଧୁ ପରିଡା, ମିନତୀ ବେହେରା , କିଶୋର ଚନ୍ଦ୍ର ସାହୁ, ସୁଶ୍ରୀ ସଂଗୀତା ନାୟକ , ଶୈଳବାଳା ସ୍ୱାଇଁ , ପ୍ରିୟଙ୍କା ଦାସ , ଏକତା ସାହୁ ଏବଂ ରଶ୍ମିତା ମୁଖୀଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଅରବିନ୍ଦ ତ୍ରିପାଠୀ, ସତ୍ୟବ୍ରତ ଜେନା,ନାରାୟଣ ଖୁଣ୍ଟିଆ, ରମେଶ କୁମାର ମହାପାତ୍ର ,ପ୍ରଶାନ୍ତ କୁମାର ବାରିକ, ଶଶିକଳା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.