Latest Odisha News

BREAKING NEWS

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ ଅନୁଷ୍ଠିତ

ଭୁବନେଶ୍ବର: ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ । ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଯାଇଛି ଏହି ମହାସମାବେଶ ।

ଆଜିର ମହାସମାବେଶରେ ୨୦୧୪ର ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୨୧ମୂଲ୍ୟଭିତ୍ତିରେ ପୁନଃ ଆକଳନ କରିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ କରାଯାଉ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ପ୍ରତ୍ୟାହାର କରାଯାଉ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତସମ୍ପର୍କିତ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ଓଡ଼ିଶା ଠିକାଦାରଙ୍କୁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ ଆଦି ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ବିଭିନ୍ନ ଦାବି ନେଇ ଗତ ୩ ତାରିଖରୁ ଲୋୟର ପିଏମଜିରେ ଧାରଣାରେ ବସିରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ କୌଣସି ସୁଫଳ ମିଳିପାରିନାହିଁ ।

ଯଦି କମ୍ ଦିନରେ ରାଜ୍ୟ ସରକାର ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ମହାସଂଘର ସମସ୍ତ ଠିକାଦାର ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।

ଆଜିର ସମାବେଶରେ ମହାସଂଘର ସଭାପତି ପ୍ରଭାତ ଦାଶ, ସମ୍ପାଦକ ଭାଗ୍ୟଧର ଦାସଙ୍କ ସମେତ ଓଡ଼ିଶାର ସମସ୍ତ ଠିକାଦାର ଯୋଗ ଦେଇଥିଲେ ।

Leave A Reply

Your email address will not be published.