Latest Odisha News

BREAKING NEWS

ପ୍ରଭାସିନୀ ମହାକୁଡ଼ଙ୍କ ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଦ୍ଵାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକା ପ୍ରଭାସିନୀ ମହାକୁଡ଼ଙ୍କ ଦ୍ଵାରା ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ସ୍ଥାନୀୟ କେଦାରନାଥ ଗବେଷଣା କେନ୍ଦ୍ରର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ କବି କୁଲଦୀପ କୁମାରଙ୍କ ହିନ୍ଦୀ କବିତା ସଙ୍କଳନ ‘ବିନ୍ ଜିୟା ଜୀବନ’ ର ଏହା ଓଡ଼ିଆ ଅନୁବାଦ।

ଜଗଦୀଶ୍ଵର ଚତୁର୍ବେଦୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାହିତ୍ୟିକ ସଭାରେ ଦେବୀ ପ୍ରସନ୍ନ ପଟ୍ଟନାୟକ, ବସନ୍ତ କୁମାର ପଣ୍ଡା, ହୃଷୀକେଶ ମଲ୍ଲିକ, କୁଲଦୀପ କୁମାର, ମଙ୍ଗଳା ପ୍ରସାଦ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସବୁଭାଷାର ସାହିତ୍ୟ ସହ ଏକାତ୍ମ ହେବାକୁ ହେଲେ ଅନୁବାଦ ସାହିତ୍ୟ ବଳିଷ୍ଠ ହେବା ଆବଶ୍ୟକ ଏବଂ ସେଥିପାଇଁ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଆଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.