Latest Odisha News

BREAKING NEWS

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି । ଦେଖୁ ନାହାଁନ୍ତି ସ୍ମୋକ ବିସ୍କୁଟ୍ ଖାଇବା ପରେ କେମିତି ପାଟି ଆଉ ନାକରୁ ଧୂଆଁ ବାହାରୁଛି । ବାଲିଯାତ୍ରାରେ ପଡ଼ିଥିବା ଏହି ସ୍ମୋକ ବିସ୍କୁଟ୍ ଷ୍ଟଲରେ ପ୍ରତ୍ୟେହ ଭିଡ଼ ଲାଗୁଛି ।

ପ୍ରତ୍ୟେକ ଗ୍ଲାସ୍ ସ୍ମୋକ ବିସ୍କୁଟର ଦର ରହିଛି ୫୦ ଟଙ୍କା । ଗୋଟିଏ ଗ୍ଲାସ୍ ସ୍ମୋକ ବିସ୍କୁଟରେ ଅନେକ ପ୍ରକାର ସ୍ୱାଦ ରହିଛି । ୱାଫର ବ୍ରଷ୍ଟ ବିସ୍କୁଟକୁ ବ୍ୟବହାର କରି ସେଥିରେ ଲିକ୍ୟୁଇଡ୍ ନାଇଟ୍ରୋଜେନକୁ ମିଶା ଯାଉଛି । ଆଉ ଯାହାକୁ ଖାଇବା ମାତ୍ରେ ପାଟି ଓ ନାକରୁ ଧୂଆଁ ବାହାରୁଛି ।

ଆନ୍ଧ୍ରର ବିଶାଖାପାଟ୍ଟଣମର ବ୍ୟବସାୟୀ ବାଲିଯାତ୍ରାରେ ଏହି ସ୍ମୋକ ବିସ୍କୁଟ ଷ୍ଟଲ୍ ପକାଇଥିବା ହେଶେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି ସମସ୍ତେ । ଗ୍ରୀନ୍ ଜୋନରେ ରହିଛି ଏହି ଷ୍ଟଲ୍ ।

Leave A Reply

Your email address will not be published.