ଭୁବନେଶ୍ବର: ଆସନ୍ତା ୨୦ ଏପ୍ରିଲରେ ୨୦୨୫ରେ, ଏକ ଶକ୍ତିଶାଳୀ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ୨ଟି ଗ୍ରହ ପରସ୍ପରଠାରୁ ପଞ୍ଚମ (୫ମ) କିମ୍ବା ତ୍ରିକୋଣ (୯ମ) ଘରେ ଅବସ୍ଥିତ ରହି ଶୁଭ ଘରଗୁଡ଼ିକ ଉପରେ ଦୃଷ୍ଟି ଦିଅନ୍ତି, ସେତେବେଳେ ନବପଞ୍ଚମ ରଜ ଯୋଗ ସୃଷ୍ଟି ହୁଏ । ଏହି ଯୋଗକୁ ବହୁତ ଶୁଭ ଏବଂ ଦୁର୍ଲଭ ଅଟେ । ଏହା ସୌଭାଗ୍ୟ, ଆର୍ଥିକ ସମୃଦ୍ଧି ଏବଂ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣେ ।
ଏପ୍ରିଲ ୨୦, ପ୍ରାତଃ ୪ଟା ୨୦ ମିନିଟରେ ମଙ୍ଗଳ ଏବଂ ବରୁଣଙ୍କ ମଧ୍ୟରେ ଏହି ବିଶେଷ ଯୋଗ ସୃଷ୍ଟି ହେଉଛି । ମଙ୍ଗଳ ଏବଂ ବରୁଣ ପରସ୍ପରଠାରୁ ୧୨୦ ଡିଗ୍ରୀ କୋଣରେ ଅବସ୍ଥିତ ହୋଇ ଏକ ତ୍ରିକୋଣୀୟ ଦିଗ ସୃଷ୍ଟି କରିବେ । ପ୍ରାୟ ୧୪ ବର୍ଷ ଧରି ଗୋଟିଏ ରାଶିରେ ଅବସ୍ଥାନ ରହିଥିବା ବରୁଣ ବର୍ତ୍ତମାନ ମୀନ ରାଶିରେ ଗୋଚର କରୁଛନ୍ତି । ତେବେ ଏହାର ପ୍ରଭାବ କିଛି ରାଶିଙ୍କ ପାଇଁ ବହୁତ ଭଲ ରହିଛି ।
ତୁଳା: ନବପଞ୍ଚମ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସଫଳତା ଏବଂ ଆତ୍ମବିଶ୍ୱାସ ଆଣିଦେବ । ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ଆପଣ ପରିବାର ସହିତ ଭଲ ସମୟ ବିତାଇବେ । ବ୍ୟବସାୟ କରୁଥିବା ଅଟକି ରହିଥିବା କାମ ପାଇବେ ଓ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆତ୍ମବିଶ୍ୱାସ ଆପଣଙ୍କ କଥାବାର୍ତ୍ତାରେ ପ୍ରତିଫଳିତ ହେବ । ନିଜର କଥାକୁ ଅନ୍ୟମାନଙ୍କ ଆଗରେ ଭଲ ଭାବରେ କହି ପାରିବେ । ଚାକିରି କରୁଥିବା ବ୍ୟକ୍ତିମାନେ ନୂତନ ସୁଯୋଗ ପାଇବେ ।
କର୍କଟ: ନବପଞ୍ଚମ ରାଜଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଉନ୍ନତି, ସାମାଜିକ ପ୍ରତିଷ୍ଠା ଏବଂ ଆର୍ଥିକ ଲାଭ ଆଣିଦେବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ ଏବଂ ତୀର୍ଥଯାତ୍ରାର ଯୋଜନା କରିବେ । ପରିବାରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ । ଆୟର ନୂତନ ଉତ୍ସ ମିଳିବ ଏବଂ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କ ଚିନ୍ତାଧାରାକୁ ଲୋକେ ଗୁରୁତ୍ୱ ଦେବେ । ଜବ୍ ଚେଞ୍ଜ କରିବାକୁ ଚାହୁଁଥିଲେ ଏହା ଭଲ ସମୟ ।
କନ୍ୟା: ଏହି ଯୋଗର ପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ । ଏହି ସମୟରେ ଅନେକ ଅପୂର୍ଣ୍ଣ ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । କଠିନ ପରିଶ୍ରମ କ୍ୟାରିୟରରେ ମଧ୍ୟ ଭଲ ଫଳାଫଳ ଦେବ । କୌଣସି ସମ୍ପତ୍ତି ବିବାଦ ଚାଲିଛି, ତେବେ ଆପଣ ସେଥିରୁ ମଧ୍ୟ ଲାଭ ପାଇବେ । ସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ । କୋର୍ଟ ସମ୍ବନ୍ଧୀୟ କୌଣସି ପୁରୁଣା ମାମଲା ଆପଣଙ୍କ ସପକ୍ଷରେ ଆସିବ ।
Comments are closed.