Latest Odisha News

BREAKING NEWS

ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧାନ କିଣାବିକା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ: ଆଜି ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପାଇଁ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ରବି ଋତୁ ଏବଂ ଖରିଫ ଋତୁର ଧାନ ଅମଳ ପୂର୍ବରୁ ଧାନ କିଣାବିକାକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥାଏ । କିପରି ଚାଷୀ ମାନେ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ସହଜ ଓ ସରଳରେ ବିକ୍ରି ପରିପାରିବେ ସେନେଇ ଚଳିତ ଖରିଫ ଋତୁରେ ଚାଷୀଙ୍କ ଧାନ ସୁବିଧାରେ କିପରି ବିକ୍ରି କରିପାରିବେ ସେନେଇ ବୈଠକ ଆଲୋଚନ ହୋଇଛି । ଜିଲ୍ଲାପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ସହିତ ଚାଷୀ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୈଠକ ବସିଥିଲା ।

BjdElectrycity

ତେବେ ଚଳିତ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ନଭେମ୍ବର ୨୧ରେ ଅତାବିରା ଓ ଭେଡେନ ମାର୍କେଟ ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହେଲେ ବୈଠକରେ ଉପସ୍ଥିତ ଚାଷୀ ଏଥିରେ ସହମତ ହୋଇନଥିବାବଳେ, କିଛି ଚାଷୀ ୧୦ ତାରିଖ ଆଉ କିଛି ଚାଷୀ ୧୫ ତାରିଖରେ ମଣ୍ଡି ଖୋଲାଯିବାକୁ ଦାବି କରିଛନ୍ତି । ଶେଷରେ ମଣ୍ଡି କେବେ ଖୋଲାଯିବ ତାହାର କୌଣସି ନିଷ୍କର୍ଷ ବାହାରିନଥିବାବେଳେ, ଆଗାମୀ ବୈଠକରେ ମଣ୍ଡି ଖୋଲାଯିବାର ସମୟ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ତେବେ ଚଳିତ ଖରିଫ ଋତୁରେ ସମୁଦାୟ ୧ ଲକ୍ଷ ୫୧ ହଜାର ୬୯୨ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ, ୧ ଲକ୍ଷ ୪୦ ହଜାର ଚାଷୀଙ୍କ ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି । ଚଳିତ ଖରିଫ ଋତୁରେ ୭୪ ଲକ୍ଷ କ୍ବିଣ୍ଟାଲ ଧାନ କିଣା ହେବ ବୋଲି ବିଭାଗୀୟ ଅଧିକାରୀ ଜଣାଇଥିବା ବେଳେ, ଗତବର୍ଷ ପରି ୫୮ ଗୋଟି ପ୍ୟାକେଟ ଧାନ ସଂଗ୍ରହ କରିବେ ଏବଂ ଏଥର ୨୦ ଗୋଟି ନୂତନ ଡବ୍ଲୁଏସଏଚଜି (WSHG) ଙ୍କୁ ଧାନ ସଂଗ୍ରହ ପାଇଁ ସୁଯୋଗ ଦିଆଯାଇଛି । ଅର୍ଥାତ ୫୪ ଡବ୍ଲୁଏସଏଚଜି (WSHG) ଚଳିତ ଥର ଧାନ ସଂଗ୍ରହ କରିବେ । ତେବବେ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ ଚାଷୀ ତାର ଧାନ ଅମଳ କରିବାକୁ ଲାଗିଲାଣି କିନ୍ତୁ ଏଯାଏଁ ଧାନମଣ୍ଡି ଖୋଲିବାର ସମୟସୀମା ଠିକ ହୋଇପାରିଲାନାହିଁ । ଆଗାମୀ ବୈଠକରେ ମଣ୍ଡି ଖୋଲାଯିବାର ସମୟ ନିର୍ଦ୍ଧାରଣ କରାଯିବ ବୋଲି  ଜଣାଇଛନ୍ତି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ।

Leave A Reply

Your email address will not be published.