Latest Odisha News

BREAKING NEWS

ଭାରତରେ ଏପରି ଏକ ରେଲୱେ ଷ୍ଟେସନ ଅଛି ଯାହାର ନାମ ନାହିଁ

ନୂଆଦିଲ୍ଲୀ: ଭାରତରେ ୭୩୪୯ ରେଲୱେ ଷ୍ଟେସନ ରହିଛି । ଏହା ମଧ୍ୟରେ ଏ ଭଳି ଏକ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଷ୍ଟେସନ ରହିଛି । ବର୍ଦ୍ଧମାନଠାରୁ ୩୫ କିଲୋମିଟର ଦୂରରେ ରାୟନା ନାମକ ଗ୍ରାମରେ ଏହା ଅବସ୍ଥାପିତ । ୨୦୦୮ ଏହାର ଭାରତୀୟ ରେଳବାଇ ଷ୍ଟେସନ ମାନ୍ୟତା ଦେଇଥିଲେ ମଧ୍ୟ କୌଣସି ନାମ ନ ଥିଲା । ପ୍ରକୃତ କାରଣ ହେଲା ରାୟନା ଓ ରାୟନଗର ଗ୍ରାମ ମଧ୍ୟରେ ଷ୍ଟେସନ ନାମକୁ ବିବାଦ ଉପୁଜିଥିଲା । ସେବେଠାରୁ ଏହା ବିନା ନାମରେ ରହିଛି ।

BjdElectrycity

୨୦୦୮ରେ ରାୟନଗର ନାମରେ ରେଲୱେ ଷ୍ଟେସନ ରହିଥିଲା । ସେଠାରେ ଟ୍ରେନ ଅଟକିବା ସହ ୨୦୦ ମିଟର ପୂର୍ବରୁ ଏକ ନ୍ୟାରୋ ଗେଜ ରୁଟ ରହିଥିଲା । ଏହାକୁ ବାଙ୍କୁରା-ଦାମୋଦର ରେଲୱେ ରୁଟ କୁହା ଯାଉଥିଲା । ଷ୍ଟେସନ ଆମ ଗ୍ରାମର ନାମ ଅନୁସାରେ ରହୁ ବୋଲି ଦାବୀ କରିବା ଯୋଗୁ ଅଶାନ୍ତି ସୃଷ୍ଟି ହୋଇଥିଲା । ଏବେ ବି ଷ୍ଟେସନରେ ବୋର୍ଡ ଅଛି ମାତ୍ର ଏଥିରେ କୌଣସି ନାମ ନାହିଁ । ଯଦି କୌଣସି ଯାତ୍ରୀ ପ୍ରଥମ ଥର ପାଇଁ ଏଠାରେ ଓହ୍ଲାଇଥାଏ ନାମ ନ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥାଏ ।

Leave A Reply

Your email address will not be published.