Latest Odisha News

ଝିଅକୁ ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ

ଫୁଲବାଣୀ: ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପରିବାର ଲୋକ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି ।

ରାଇକିଆ ଥାନା ଅନ୍ତର୍ଗତ ସିକାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ଛତିଶଗଡ଼ର ନିରୁପାଲ ମେହଟା । ସେ ସ୍ଥାନୀୟ ଠିକାଦାରଙ୍କ ପାଖରେ ଅପରେଟର ଭାବେ କାମ କରୁଥିଲେ ।

ସୂଚନା ଅନୁସାରେ, ନାବାଳିକାଙ୍କୁ ଏକୁଟିଆ ପାଇ ଅସଦାଚରଣ ଉଦ୍ୟମ କରିଥିଲେ ନିରୁପାଲ । ଏନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଯୁବତୀଙ୍କ ଠାରୁ ସବୁ ବିଷୟ ଜାଣିବା ପରେ ରାଗି ଯାଇଥିଲେ ବାପା ଓ ଦାଦା ।

ବାପା ଓ ଦାଦା କୃଷ୍ଣଚନ୍ଦ୍ର, ତାରେଣୀସେନଙ୍କ ଆକ୍ରମଣରେ ନିରୁପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଅପରାଧ ଘଟାଇ ପୋଲିସରେ ଆତ୍ମସମର୍ପଣ କରିଛନ୍ତି । ନିରୁପାଲ ଜଣେ କଙ୍କ୍ରିଟ୍ ମିକ୍ସଚର ମେସିନ୍ ଅପରେଟର ହୋଇଥିବା ବେଳେ ରାସ୍ତା କାମରେ ନିୟୋଜିତ ଥିଲେ ।

Leave A Reply

Your email address will not be published.