Latest Odisha News

BREAKING NEWS

ରାମ ମନ୍ଦିରରେ ସ୍ୱର୍ଣ୍ଣରେ ତିଆରି ରାମାୟଣ ପୁସ୍ତକ ଦେଖିପାରିବେ ଭକ୍ତ

ଅଯୋଧ୍ୟା: ରାମ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହ ଭକ୍ତମାନେ ଆଉ ଏକ ଅଦ୍ଭୁତ ପୁସ୍ତକ ଦେଖିବେ । ଗର୍ଭ ଗୃହରେ ସ୍ୱର୍ଣ୍ଣରେ ନିର୍ମିତ ରାମାୟଣ ପୁସ୍ତକ ରଖାଯାଇଛି । ମଧ୍ୟପ୍ରଦେଶର ପୂର୍ବ ଆଇଏଏସ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣନ ଓ ତାଙ୍କ ପତ୍ନୀ ସରସ୍ୱତୀ ରାମ ମନ୍ଦିର ଟ୍ରଷ୍ଟକୁ ଏହା ଦାନ କରିଛନ୍ତି । ମଙ୍ଗଳବାର ନବରାତ୍ରର ପ୍ରଥମ ଦିନରେ ଏହି ରାମାୟଣ ସ୍ଥାପନ ଅବସରରେ ଲକ୍ଷ୍ମୀନାରାୟଣ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ । ଚେନ୍ନାଇର ପ୍ରସିଦ୍ଧ ବୁମାମିଡି ବଙ୍ଗାରୁ ଜୁଏଲାରୀ ଏହାକୁ ପ୍ରସ୍ତୁତ କରିଛି । ରାମଲଲାଙ୍କ ମୂର୍ତିରୁ ମାତ୍ର ୧୫ ଫୁଟ ଦୂରରେ ଏହାକୁ ରଖାଯାଇଛି । ଏହା ଉପରେ ରୂପାରେ ନିର୍ମିତ ଶ୍ରୀରାମଙ୍କ ପଟ୍ଟଭିଷେକ ରହିଛି ।

BjdElectrycity

ଏହାକୁ ସ୍ଥାପନ କରିବା ସମୟରେ ରାମ ମନ୍ଦିର ନିର୍ମାଣର ପ୍ରଭାରୀ ଗୋପାଳ ରାଓ, ପୂଜାରୀ ପ୍ରେମଚନ୍ଦ ତ୍ରିପାଠୀ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ରାମାୟଣ ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ । ଏହା ଉପରେ ରାମଚରିତ ମାନସର ଶ୍ଲୋକ ଅଙ୍କିତ ଅଛି । ୧୦,୯୦୨ ଛନ୍ଦ ଥିବା ଏହି ମହାକାବ୍ୟର ପ୍ରତ୍ୟେକ ପୃଷ୍ଠାରେ ୨୪ କ୍ୟାରେଟ ସୁନାର ପ୍ରଲେପ ଦିଆଯାଇଛି । ଏହି ପୁସ୍ତକର ଓଜନ ୧.୫ କ୍ୱିଂଟାଲରୁ ଅଧିକ ରହିଛି । ଏହାର ଆନୂମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ୱ ହେବ ।

Leave A Reply

Your email address will not be published.