Latest Odisha News

BREAKING NEWS

ହିନ୍ଦୁ ନବବର୍ଷରେ ୫ଟି ଗ୍ରହର ବିରଳ ସଂଯୋଗ; ବଦଳିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ହିନ୍ଦୁ ନବବର୍ଷ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖରେ ପଡୁଛି । ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ମୀନ ରାଶିରେ ବିରାଜମାନ ହେବେ । ଏହି ନୂତନ ବର୍ଷ କିଛି ବିଶେଷ ରାଶି ପାଇଁ ବେଶ୍ ଶୁଭଦାୟକ ହେବ । କାରଣ ୧୦୦ ବର୍ଷ ପରେ, ଏହି ଦିନ ୫ଟି ଗ୍ରହର ବିରଳ ସଂଯୋଗ ହେବାକୁ ଯାଉଛି । ଏହି ଦିନ ମୀନ ରାଶିରେ ଚନ୍ଦ୍ର, ଶନି, ବୁଧ, ରାହୁ ଏବଂ ସୂର୍ଯ୍ୟଙ୍କ ସଂଯୋଗ ହେତୁ, ବୁଦ୍ଧାଦିତ୍ୟ ଯୋଗ ଏବଂ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ ।

ମୀନ: ହିନ୍ଦୁ ନୂତନ ବର୍ଷ ଆରମ୍ଭରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ମୀନ ରାଶିରେ ରହିବେ । ଯାହା ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ପରିସ୍ଥିତି ରହିବ । ଜୀବନରେ ପ୍ରଗତିର ନୂତନ ପଥ ପାଇବେ ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ । ବୈବାହିକ ଜୀବନ ମଧ୍ୟ ଖୁସି ରହିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଉଭୟ କ୍ଷେତ୍ରରେ ସଫଳତା ଆଣିବ ।

କନ୍ୟା: ପୁରୁଣା ଏବଂ ଅଟକି ରହିଥିବା ଯୋଜନା ସମ୍ପୂର୍ଣ୍ଣ ହେବ । ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିବ । ଜୀବନରେ ଟଙ୍କାର ଅଭାବ ରହିବ ନାହିଁ ।

ମକର: କ୍ୟାରିୟରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବ । ଏହି ବର୍ଷ ନୂତନ ସୁଯୋଗ ମିଳିବ ଯାହା ଖ୍ୟାତି ଅର୍ଜନ କରିବେ ଏହି ରାଶିର ବ୍ୟକ୍ତି ବିଶେଷ । ଟଆତ୍ମବିଶ୍ୱାସ ଏବଂ ସାହସ ବୃଦ୍ଧି ହେବ ।

କୁମ୍ଭ:ଏହି ହିନ୍ଦୁ ନବବର୍ଷ କ୍ୟାରିୟରରେ ଏକ ନୂତନ ଦିଗ ସ୍ଥିର କରିବ । ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ ଏବଂ ଏହି ବର୍ଷ ଆପଣଙ୍କର କଠିନ ପରିଶ୍ରମର ଫଳ ପାଇବେ ।

ଧନୁ: କ୍ୟାରିୟରରେ ଏକ ବଡ଼ ସଫଳତା ମିଳିବ। ଉଚ୍ଚ ପଦବୀ ହାସଲ କରିବେ। ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ ।

ବୃଷ: କ୍ୟାରିୟରରେ ନୂତନ ଶିଖର ଛୁଇଁବାର ସୁଯୋଗ ରହିଛି । ବ୍ୟବସାୟୀମାନଙ୍କୁ ଲାଭ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ ।

ମିଥୁନ: ଏହି ରାଶିର ଲୋକଙ୍କୁ ନିଜ ଇଚ୍ଛାର ଚାକିରି ମିଳିବାର ସମ୍ଭାବନା ଅଛି । କାମରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ପଡ଼ି ରହିଥିବା ଯେକୌଣସି କୋର୍ଟ ମାମଲା ମଧ୍ୟ ସମାଧାନ ହୋଇପାରେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି ।

 

 

Comments are closed.