Latest Odisha News

BREAKING NEWS

୪ ଘଣ୍ଟାର ଅପରେଶନ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନିର୍ମାଣ କାମ କରୁଥିବାବେଳେ ଛାତରୁ ଖସି ପଡିଥିଲା ନାବଳକ । ଏହି ସମୟରେ ତାର ମଳଦ୍ୱାରରେ ପଶି ଯାଇଥିଲା ଶାବଳ । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏମକେସିଜି ଡାକ୍ତରଖାନାରେ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ନାବାଳକର ମଳଦ୍ୱାରରୁ ବାହାରିଛି ଶାବଳ । ତେବେ ନାବାଳକର ଅବସ୍ଥା ଏବେ ବି ଗୁରୁତର ରହିଛି ।

ଏପ୍ରିଲ ୧ ତାରିଖରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାମ  ଚାଲିଥିଲା ।  ସେଦିନ ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି  ଏହି କାମ କରିବା ପାଇଁ ଯାଇଥିଲେ । ଭାଙ୍ଗି ଯାଇଥିବା ଏକ ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ।  ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ ।

ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ଖସି ପଡିଥିଲେ ।  ଆଉ ପଡିଥିଲେ ଘର ଭିତରେ ଛିଡା ହୋଇଥିବା ଶ୍ରମିକଙ୍କ ଶାବଳ ଉପରେ ।  ଶାବଳଟି ଶକ୍ତିର ମଳ ଦ୍ବାରରେ ପଶି ଯାଇଥିଲା ।   ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ବ୍ରହ୍ମପୁର ବଡ଼ ମେଡିକାଲରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇ  ଶାବଳଟି ବାହାର କରାଯାଇଛି । ୫ ଜଣିଆ ଡାକ୍ତରୀ ଟିମ ୪ ଘଣ୍ଟା ପରିଶ୍ରମ କରି ଏହି ଅପରେଶନରେ ସଫଳତା ପାଇଥିଲେ । ନାବାଳକର ଅନେକ ହାଡ ଭାଙ୍ଗି ଯାଇଥିବା ଜଣାଯାଇଛି । ତେବେ ପେଟ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଛି କ୍ଷତି ହୋଇନାହିଁ । ଡାକ୍ତଙ୍କର କହିବାନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

Leave A Reply

Your email address will not be published.