ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଖାଦ୍ୟ ଓ ପାନୀୟ ରହିଥିବାବେଳେ ସେଥିମଧ୍ୟରୁ ମଦ କୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ଆଉ ଏହାର ସବୁଠୁ ଅଧିକ ଭେରାଇଟି ମଧ୍ୟ ରହିଛି । ଏହି ମଦ ଚାଉଳ, ଫଳ ଓ ଗହମରେ ପ୍ରସ୍ତୁତ କରାଯାଉଥିବାବେଳେ, ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ହୋସ ଉଡାଇ ଦେଇଛି ।
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏକ ସାପ କୁ ବଟଲରେ ବୁଡାଇ ହ୍ବିସ୍କି ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ଏବଂ ଜାପାନରେ ପ୍ରସ୍ତୁତ ଏହି ପାନୀୟ ମଧ୍ୟ ବହୁତ ଲୋକପ୍ରିୟ ଅଟେ । ଆଉ ଏହା ଏବେ ଟ୍ରେଣ୍ଡ ରେ ପରିଣତ ହେବାକୁ ଯାଉଛି । କାରଣ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଭିଡିଓ ଟିକୁ ବହୁତ ଭଲ ରେସପନ୍ସ ମିଳିଛି ।
ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ହ୍ବିସ୍କି ବୋତଲ ଦେଖାଇଛନ୍ତି ଯେଉଁଥିରେ ସେ ବିଷାକ୍ତ ସାପ ଟିକୁ ରଖିଛନ୍ତି । ଏବଂ ତା ବିଷୟରେ ସୂଚନା ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓ ଟି ଅପଲୋଡ ହେବାର କେବଳ ଚାରି ଦିନ ମଧ୍ୟରେ, ସାଢେ 5 ଲକ୍ଷ ଲାଇକ୍ ମିଳିଛି ଏବଂ ଲୋକମାନେ ଏହାକୁ କ୍ରମାଗତ ଭାବରେ ଦେଖୁଛନ୍ତି । ଆଉ ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି, ଏହି ହ୍ବିସ୍କ କୁ ଅତି କମରେ ଥରେ ପିଇ ଟେଷ୍ଟ କରିବାକୁ ପଡ଼ିବ । ଅନ୍ୟ ଜଣେ ଭିୟୋର୍ସ କହିଛନ୍ତି ଯେ, ଏହା ସତରେ ବହୁତ ବିଚିତ୍ର ଅଟେ । ଏହିପରି ଅନେକ ଭିୟୋର୍ସ ଉତ୍ସାହର ସହ ଅନେକ ମନ୍ତବ୍ୟ ଦେଇଛନ୍ତି ।
ତେବେ ଏହି ହ୍ବିସ୍କି କୁ ପ୍ରସ୍ତୁତ କରିବା ପାଇଁ ପିଟ୍ ବାଇପର ସାପ ବ୍ୟବାହାର କରାଯାଇଥାଏ । ଯାହା ଅତ୍ୟନ୍ତ ବିଷଧର ଅଟେ । ଏହି ସାପ ଜାପାନ ର ରୟୁକ ଦ୍ୱୀପପୁଞ୍ଜରେ ମିଳିଥାଏ । ପିଟ୍ ବାଇପର ସାପକୁ ପ୍ରଥମେ ଚାରି ଦିନ ପର୍ଯ୍ୟନ୍ତ ଭୋକିଲା ରଖାଯାଏ । ଏହାପରେ ତାକୁ ଆଲକହଲ ବଟଲରେ ଭିଜାଇ ରଖାଯାଏ ଏହାପରେ ସାପ ଟି ଆଲକଲକୁ ପିଇ ବାନ୍ତି କରିଥାଏ । ଏହାପରେ ଏହା ବିଷମୁକ୍ତ ହୋଇଯାଇଥାଏ । ପରେ ସାପଟିକୁ ଏକ ହ୍ବିସ୍କି ବଟଲରେ ମାସେ ପର୍ଯ୍ୟନ୍ତ ରଖାଯାଏ । ପରେ ଏହାକୁ ବିକ୍ରି କରାଯାଇଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଅଟେ ବୋଲି କୁହାଯାଇଛି । ଉକ୍ତ ମଦକୁ 3 ମାସ ପର୍ଯ୍ୟନ୍ତ ଷ୍ଟୋର୍ କରି ରଖାଯାଇପାରିବ । ଅଧିକ ଦିନ ରହିଲେ ଏହା ପିଇବା ଯୋଗ୍ୟ ରହେନାହିଁ ।
Comments are closed.