ଇନ୍ଦୋର: ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭଳି ଇନ୍ଦୋରର ବିଶ୍ରାମ ବାଗରେ ୨୧ ଟନ୍ ଲୁହା ସ୍କ୍ରାପରୁ ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇଛି । ଏହି ମନ୍ଦିରର ପ୍ରତିକୃତି ୨୧ ଟନ୍ ଲୁହା ସ୍କ୍ରାପରୁ ତିଆରି କରାଯାଇଛି । ଏହାର ଉଚ୍ଚତା ୨୭ ଫୁଟ ହୋଇଥିବାବେଳେ ଚଉଡା ୨୬ ଫୁଟ ଏବଂ ଲମ୍ବ ୪୦ ଫୁଟ ରହିଛି । ୨୦ ଜଣ ଶ୍ରମିକ ଏହାକୁ ପ୍ରସ୍ତୁତ କରିଥିଲେ । ଏଥିପାଇଁ ତିନିମାସ ସମୟ ଲାଗିଥିଲା ।
ଏହି ପ୍ରତିକୃତି ପ୍ରସ୍ତୁତ କରିଥିବା ଇନ୍ଦୋର ମେୟର ପୁଷ୍ପମିତ୍ର ଭାର୍ଗବ କହିଛନ୍ତି ଯେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ପ୍ରତିକୃତି ତିଆରି କାର୍ଯ୍ୟ ବର୍ଜ୍ୟବସ୍ତୁରୁ ବିଶେଷ କରି ଲୁହା ସ୍କ୍ରାପରୁ କରାଯାଇଛି । ଏହା ହେଉଛି ବିଶ୍ୱର ପ୍ରଥମ ପ୍ରତିକୃତି ଯାହା ୨୧ ଟନ୍ ଲୁହା ସ୍କ୍ରାପରେ ନିର୍ମିତ, ଯେଉଁଥିରେ ବିଦ୍ୟୁତ୍ ପୋଲ, ଯାନବାହାନର ବୋଲ୍ଟ ବ୍ୟବହାର କରାଯାଇଛି । ବିଶେଷକରି ଇନ୍ଦୋର ଯାହା ସର୍ବଦା ବର୍ଜ୍ୟବସ୍ତୁ ଉପରେ ବହୁତ କାମ କରିଛି, ଏଭଳି ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇଛି । ସୂଚନା ଥାଉ କି ଯେ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଇବା ।
Comments are closed.