Latest Odisha News

BREAKING NEWS

 ‘ବୈକୁଣ୍ଠପୁରାମୂଲୋ’ ଫିଲ୍ମର ହିନ୍ଦୀ ଭର୍ସନ ରିଲିଜ୍ ୨୬ରେ

ମୁମ୍ବାଇ: ସାଉଥ୍ ସୁପର ଷ୍ଟାର ଅଲ୍ଲୁ ଅର୍ଜ୍ଜୁନ୍ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମନରେ କ୍ରେଜ୍ ରହିଛି । ତେବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍ ତେଲୁଗୁ ଫିଲ୍ମ ‘ବୈକୁଣ୍ଠପୁରାମୂଲୋ’ର ହିନ୍ଦୀ ଭର୍ସନ ଜାନୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମଟି ୨୦୨୦ରେ ସୁପର ହିଟ୍ ହୋଇଥିଲା । ବର୍ତ୍ତମାନ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଏହି ଫିଲ୍ମଟି ସର୍ବଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମକୁ ତ୍ରିବିକ୍ରମ ଶ୍ରୀନିବାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଅଲ୍ଲୁଙ୍କ ନୂଆ ଫିଲ୍ମ ପୁଷ୍ପା ସୁପରହିଟ୍ ହେବା ପରେ ନିର୍ମାତା ‘ବୈକୁଣ୍ଠପୁରାମୂଲୋ’କୁ ହିନ୍ଦୀ ଭର୍ସନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed, but trackbacks and pingbacks are open.