Latest Odisha News

କାମ କଲାନି ସେନସର, ଆପାର୍ଟମେଣ୍ଟ ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର: ଆପାର୍ଟମେଣ୍ଟର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏହିଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରୁ । ସୁନ୍ଦରପଦାରେ ଥିବା ହାଇଟେକ୍ ପ୍ଲାଜାର ଲିଫ୍ଟରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୀମାଞ୍ଚଳ ମହାପାତ୍ର । ସେନସର କାମ କରୁନଥିବାରୁ ଏହିଭଳି ଅଘଟଣ ଘଟିଥିବା କୁହାଯାଉଛି ।

ହାଇଟେକ୍ ପ୍ଲାଜାର ମେଣ୍ଟେନାନ୍ସ ବିରୁଦ୍ଧରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୃତକ ସୀମାଞ୍ଚଳ ମହାପାତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି । ସେ ହାଇଟେକ୍ ପ୍ଲାଜାରେ ଘର କିଣି ଦୀର୍ଘ ଦିନ ଧରି ରହି ଆସୁଥିଲେ ।

Comments are closed, but trackbacks and pingbacks are open.