Latest Odisha News

BREAKING NEWS

ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : “ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ” ତଥା ବିଶ୍ବବ୍ୟାପୀ “ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍” ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ ପକ୍ଷରୁ ସୂଚନା ଦିଆଯାଇଛି

“ଶ୍ରୀଜଗନ୍ନାଥ ମନ୍ଦିର, ନବି ମୁମ୍ବାଇର ଟ୍ରଷ୍ଟି” ତଥା “ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ, ମୁମ୍ବାଇର ସଭାପତି ଭଗବାନ ପଣ୍ତା , ସ୍କନ୍ଦ ପୁରାଣ ଆଲୋଚନା ଚକ୍ରର ପ୍ରବଚକ ଡଃ. ଗୁରୁପ୍ରସାଦ ମହାପାତ୍ରଙ୍କୁ ଏହି ଭରଚୁଆଲ ସମାରୋହକୁ ଆମନ୍ତ୍ରିତ କରିଥିଲେ । ପ୍ରବଚକଙ୍କ ଶବ୍ଦବିନ୍ୟାସ ଓ ପରିବେଷଣ ଶୈଳୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଦ କରିଥିଲା ।

ବିଶ୍ବବ୍ୟାପୀ “ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡର ମେନେଜିଂଗ ଟ୍ରଷ୍ଟି ଡାଃ. ହରପ୍ରସନ୍ନ ଦାସ ସଂସ୍ଥା ବିଷୟରେ ଏବଂ ଏହାର କାର୍ଯ୍ୟକ୍ରମ ସମ୍ବଦ୍ଧରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଓ ଅଷ୍ଟ୍ରେଲିଆରୁ ଟ୍ରଷ୍ଟି ତରୁଣ ଅଗସ୍ତି ମଧ୍ଯ ଅନୁଷ୍ଟାନ ବିଷୟରେ କହିଥିଲେ ଓ କରୋନା ଦାଉରୁ ବିଶ୍ବମୁକ୍ତି ପାଇଁ ପ୍ରାଥନା ରଖିଥିଲେ।

ମୋୱା ତରଫରୁ ଓଡ଼ିଶାର ସ୍ୱନାମଧ୍ୱନ୍ୟ କଣ୍ଠଶିଳ୍ପୀ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ତାଙ୍କର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁନାବେଢାର ଇନ୍ଦ୍ରମଣି ନାୟକ ଓ ସୁପ୍ରଭା ନାୟକଙ୍କ ସୁକନ୍ୟା ଅଭିପ୍ସା ନାୟକଙ୍କ “କଳା କୋଇଲିର କୁହୁ ମିଠା ମିଠା” ଭଜନରେ ନୃତ୍ୟ ପରିବେଷଣ କରିଥିଲେ । ଭୁବନେଶ୍ବରରୁ ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ହରେକୃଷ୍ଣ ଧଳଙ୍କ ଅର୍ଦ୍ଧନାରୀଶ୍ବର ନୃତ୍ୟଭାବପୂର୍ଣ୍ଣ ଆଧ୍ୟାମ୍ତିକ ପରିବେଶ ସୃଷ୍ଟି କରିଥିଲା । ଏହାସହ ଭୁବନେଶ୍ବରରୁ ଯୁଗଳବନ୍ଦୀରେ ମଧୁସ୍ମିତା ଦାସ ଓ ବୈଶାଳୀ ଦାସ ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ ଗାନ କରିଥିଲେ ।

ଗତ ଏପ୍ରିଲ ୨୦୨୦ ଠାରୁ ମୋୱା ପ୍ରତି ଶନିବାର ଓ ରବିବାର ଦିନ ଆଧାତ୍ମିକ କଥାମୃତ ମାଧ୍ୟମରେ ଭାରତୀୟ ସଂସ୍କୃତି ପରମ୍ପରାର ପ୍ରଚାର ପ୍ରସାର ଦିଗରେ ଅଗ୍ରସର ହୋଇ ବ୍ୟକ୍ତି ବିଶେଷଙ୍କୁ ଆଧ୍ୟାତ୍ମିକ ପରିବେଶରେ ଯୋଡିବା ସହ ସକାରାତ୍ମକ ଚିନ୍ତାଧାରାରେ ମନୋବଳ ଦୃଢ଼ ରଖିବାରେ ସମର୍ଥ ହୋଇପାରିଛି।

ଏହି କାର୍ଯ୍ୟକ୍ରମକୁ ନିରୁଦ୍ଧ କୁଣ୍ତ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ନାୟକ ଯାନ୍ତ୍ରିକ ସହାୟତା କରିଥିଲେ । ପରିଶେଷରେ “ପ୍ରବାସୀ ସାହିତ୍ୟ ସମ୍ଭାର” ର ଉପଦେଷ୍ଟା ମୈତ୍ରେୟୀ କମିଳା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.