ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର।ପୋଲିସ ପକ୍ଷରୁ ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର। ୧୧୨ ନମ୍ବରରୁ ମିଳିବ ସମସ୍ତ ପୋଲିସ ସେବା।
ପୋଲିସ, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ପୂର୍ବରୁ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିବା ବେଳେ ବର୍ତ୍ତମାନ ଏସବୁ ପାଇଁ ଗୋଟିଏ ନମ୍ବର ଜାରି କରାଯାଇଛି ।
ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏହି ଗୋଟିଏ ନମ୍ବର ଜାରି କରାଯାଇଛି।
ଏଣିକି ୧୧୨କୁ ଡାଏଲ କଲେ ମିଳିବ ସବୁ ଜରୁରୀ ସହାୟତା। ୧୧୨ ଜରିଆରେ ତ୍ବରିତ ସେବା ପାଇଁ ୧୦୯୮ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୮ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହି ୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧ ଜଣ ସବ୍ ଇନ୍ସପେକ୍ଟର, ୨୦୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏହା ବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ଜଣ କଲ୍ ଟେକର ଇକସିକ୍ୟୁଟିଭ ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବା ନେଇ ସୂଚନା ମିଳିଛି।
ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
Comments are closed.