Latest Odisha News

BREAKING NEWS

ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ; ଆତ୍ମ ସମର୍ପଣ ପରେ ମିଳିଲା ୪ ଲକ୍ଷ ଟଙ୍କା

କୋରାପୁଟ: ଜଣେ ମହିଳା ମାଓବାଦୀ କ୍ୟାଡର, ରାମୀ ମଡକାମି ବୁଧବାର ଦିନ କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାମୀ ଆତ୍ମସମର୍ପଣ କରିବା ସହ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି।

ପୋଲିସର ଏକ ବିଜ୍ଞପ୍ତି ଅନୁଯାୟୀ, ଆତ୍ମସମର୍ପଣ କରିବା ସମୟରେ ରାମୀ ବହୁଚର୍ଚ୍ଚିତ ମାଓବାଦୀ ନେତା ଅକିରାଜୁ ହରଗୋପାଳ ର ଟିମ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ଓଡିଶାର ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗାଁର ସୁକ୍ରା ମାଡକାମିଙ୍କ ଝିଅ ରାମୀ। ସେ ୨୦୧୩ ରେ ଏହି ମାଓ ସଂଗଠନରେ ଯୋଗ ଦେଇଥିଲେ।

ବୁଧବାର ଠାରୁ ମାଲକାନଗିରି ଜିଲ୍ଲାରେ ଲାଲ୍ ବାହିନୀ ପକ୍ଷରୁ ପିଏଲଜିଏଲ ସପ୍ତାହ ଆରମ୍ଭ ହୋଇଥିବା ବେଳେ ସେ ଆଜି ଆତ୍ମସମର୍ପଣ କରିଛନ୍ତି। ଡିସେମ୍ବର ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପିଏଲଜିଏ ସପ୍ତାହରେ, ମାଓବାଦୀମାନେ ଗ୍ରାମାଞ୍ଚଳର ଯୁବ ବର୍ଗଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଗ୍ରାମରେ ସଭା ମାନ ଆୟୋଜନ କରନ୍ତି।

Leave A Reply

Your email address will not be published.