Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି: ଚାଲିବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରି କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ଗତକାଲି ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କୋଭିଡ୍ କଟକଣାକୁ ମାନିବା ଓ ରାଜ୍ୟରେ ପୋଲିସ ମୁତୟନ କରି ଲୋକଙ୍କୁ ସଚେତନ କରାଇବା ପାଇଁ ଆଜିଠୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଯାଞ୍ଚକୁ କଡ଼ାକଡ଼ି କରାଯିବ । ଆସନ୍ତା ୧୬ ତାରିଖ ଯାଏ ପୋଲିସ ଏହି ସ୍ୱତନ୍ର ଅଭିଯାନ ଚଳାଇବ ।

ଫୋକସରେ ଏବେ ପଶ୍ଚିମ ଓଡ଼ିଶା । ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢୁଛି । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରଖାନା ବି ପ୍ରସ୍ତୁତ ରଖିବାକୁ ମୁଖ୍ୟନନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.