Latest Odisha News

୪ ଦିନିଆ ପୁଲିସ ହେପାଜତକୁ ଗଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି କୋର୍ଟ ।  ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଏବେ ତାଙ୍କୁ ପୋଲିସ ଜେରା କରିବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟ ନିର୍ଦେଶ ଦେଇଛନ୍ତି ।

ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ଶୁକ୍ରବାର ଦିନ ଅମାନତୁଲ୍ଲା ଖାନ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ଘର ଉପରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ଅଧିକାରୀମାନେ ଗୋଟିଏ ବନ୍ଧୁକ ଏବଂ କିଛି କାର୍ଟ୍ରିଜ ସହିତ ଲକ୍ଷାଧିକ ଟଙ୍କା ନଗଦ ଜବତ କରିଥିଲେ। ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ।

ଦିଲ୍ଲୀ ଦୁର୍ନୀତି ନିବାରଣ ବ୍ୟୁରୋ ବିଭିନ୍ନ ଅମାନତୁଲ୍ଲାଙ୍କ ଘରେ ଏବଂ ତାଙ୍କ ସହାୟକଙ୍କ ଘରେ ଦିନସାରା ଚଢ଼ଉ କରିଥିଲା ।  ପରେ ତାଙ୍କୁ ଗିରଫ କରିଥିଲା।

Comments are closed.