Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗଷ୍ଟରକୁ ଗୁଳି, ବିକାଶ ଦୁବେର କ୍ରାଇମ୍ ସିନରୁ ଏନକାଉଣ୍ଟର କାହାଣୀ

ଗ୍ୟାଙ୍ଗଷ୍ଟର ଖାଇଲା ଗୁଳି । କାନପୁରରେ ୮ ପୋଲିସର ହତ୍ୟାକାରୀ ବିକାଶ ଦୁବେର ଖେଳ ଖମତ । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର । ଛଅ ଦିନର ଲୁଚକାଳି ପରେ ଗତକାଲି ମଧ୍ୟପ୍ରଦେଶରୁ ଧରା ଦେଇଥିଲା । ଆଜି ଫେରୁଥିଲା କାନପୁର । କଡ଼ା ସୁରକ୍ଷା ଭିତରେ ଆଣୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ଆଉ କିଛି ସମୟ ଭିତରେ ପହଞ୍ଚିବାର ଥିଲା । କିନ୍ତୁ ତାପୂର୍ବରୁ ଏନକାଉଣ୍ଟରରେ ଗଡ଼ିଲା ଗ୍ୟାଙ୍ଗଷ୍ଟର ମୁଣ୍ଡ ।
କେମିତି ଓ କାହିଁକି ଏନକାଉଣ୍ଟର ?
ବିକାଶ ଦୁବେର ଏନକାଉଣ୍ଟର କୌଣସି ବଲିଉଡ ଓ ହଲିଉଡ ଫିଲ୍ମ ଭଳି ହୋଇଛି । ଉତ୍ତରପ୍ରଦେଶ ଏସଟିଏଫ କଡ଼ା ସୁରକ୍ଷା ଭିତରେ ବିକାଶ ଦୁବେକୁ କାନପୁର ଆଣୁଥିଲା । ଗାଡ଼ିର ସ୍ପିଡ ଟିକେ ଅଧିକ ଥିଲା । ବର୍ଷା ହେଉଥିବାରୁ ସ୍ଲିପ୍ କଲା । ଭାରସାମ୍ୟ ହରାଇ ଏସଟିଏଫ୍ ଗାଡ଼ି ଓଲଟି ପଡ଼ିଥିଲା । ସୁଯୋଗ ଅପେକ୍ଷାରେ ଥିଲା ଗ୍ୟାଙ୍ଗଷ୍ଟର । ଯେମିତି ମୌକା ପାଇଲା ଖସି ଯିବାକୁ ବସିଥିଲା ।

ବିକାଶ ଦୁବେକୁ ଆଣୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପିସ୍ତଲ ଧରି ପଳାଉଥିଲା, ଗୁଳି ଖାଇଲା
ଉତ୍ତରପ୍ରଦେଶ ଏସଟିଏଫର ଜଣେ ଅଧିକାରୀଙ୍କ ପିସ୍ତଲ ଧରି ଚମ୍ପଟ ମାରୁଥିଲା । କିଛି ସମୟ ଚାଲିଥିଲା ଚୋର-ପୋଲିସ ଖେଳ । ଏସଟିଏଫ୍ ପିସ୍ତଲ ସହ ଆତ୍ମସମର୍ପଣ କରିବାକୁ କହିଥିଲା । ମାନି ନଥିଲା ମୋଷ୍ଟ ଓ୍ୱାଣ୍ଟେଡ ଗ୍ୟାଙ୍ଗଷ୍ଟର । ଶେଷରେ ପୋଲିସ ଏନକାଉଣ୍ଟର କରିଥିଲା ବୋଲି କାନପୁର ଏସପି କହିଛନ୍ତି ।

ମହାକାଳେଶ୍ୱର ମନ୍ଦିରରେ ବିକାଶ ଦୁବେ

ନାଟକୀୟ ଢଙ୍ଗରେ ଗିରଫଦାରୀ
ଗତକାଲି ଉତ୍ତରପ୍ରଦେଶରୁ ବିକାଶ ଦୁବେକୁ ଧରିଥିଲା ପୋଲିସ । ଉଜ୍ଜୟିନୀର ମହାକାଳେଶ୍ନର ମନ୍ଦିରରୁ ତାକୁ ଗିରଫ କରାଯାଇଥିଲା । ଦର୍ଶନ ପାଇଁ ୨୫୦ ଟଙ୍କାରେ ଭିଆଇପି ଟିକେଟ କିଣିଥିଲା ଗ୍ୟାଙ୍ଗଷ୍ଟର । ଜଣେ ସୁରକ୍ଷାକର୍ମୀକୁ ସନ୍ଦେହ ହୋଇଥିଲା । ଫେରାର୍ ଆତତାୟୀକୁ ଚିହ୍ନି ପାରି ପୋଲିସକୁ ଖବର ଦେଇଥିଲେ ସଂପୃକ୍ତ ସୁରକ୍ଷାକର୍ମୀ । ପଚରାଉଚରା ବେଳେ ମାନି ଯାଇଥିଲା ବିକାଶ । ମୁହଁ ଫୁଟାଣି ବି ଦେଖାଇଥିଲା । ପୋଲିସକୁ କହିଥିଲା, ମେଁ ବିକାଶ ଦୁବେ ହୁଁ, କାନପୁର ଓ୍ୱାଲା । ପୋଲିସଠାରୁ ମାଡ଼ ବି ଖାଇଥିଲା । ଆଜି ଗୁଳି ଖାଇଲା ।

ଗିରଫ ପରେ ବିକାଶ ଦୁବେ

ଗ୍ୟାଙ୍ଗଷ୍ଟର ବଦଳାଉଥିଲା ଠିକଣା
ଜୁନ୍ ୩ ତାରିଖରେ ଆମ୍ବୁସ କରି ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା କାନପୁର ଓ୍ୱାଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ତାପରଠୁ ପୋଲିସକୁ ଚକମା ଦେବା ପାଇଁ ଠିକଣା ବଦଳାଉଥିଲା । କେବେ ଦିଲ୍ଲୀ ତ ପୁଣି କେତେବେଳେ ଫରିଦାବାଦ । କେବେ ଭୋପାଳ । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚମ୍ପଟ ମାରୁଥିଲା । ଖୋଜି ଚାଲିଥିଲେ ୪୦ଟି ପୋଲିସ ଟିମ୍ । ତାର ୫ ସହଯୋଗୀଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା । ଶେଷରେ ପୋଲିସ ଜାଲରେ ପଡ଼ିଥିଲା ବିକାଶ ।

ବଲିଉଡ ଫିଲ୍ମର କାହାଣୀ ଭଳି ଥିଲା ବିକାଶର ଦୁବେର କ୍ରାଇମ୍ ସିନ୍ । ପୋଲିସରୁ ହତ୍ୟା କରିବାଠୁ ଆରମ୍ଭ କରି ଆତ୍ମଗୋପନ କରିବା ଘଟଣା । ପୋଲିସ ବିକାଶର ସହଯୋଗୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରିବା ଓ ମୋଷ୍ଟ ଓ୍ୱାଣ୍ଟେଡକୁ ହେପାଜତରେ ଆଣିବା । ପୁଣି ବାଟରେ କ୍ରିମିନାଲକୁ ଏନକାଉଣ୍ଟର ବେଶ ନାଟକୀୟ ଓ ରୋମାଞ୍ଚକର ଘଟଣାବଳୀ ।

Leave A Reply

Your email address will not be published.