Latest Odisha News

BREAKING NEWS

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେ ହୃଦ୍ଘାତରେ ମୃତ୍ୟୁବରଣ କରିଥିଲେ।

୨୦୧୫ରେ କ୍ଷୁଦ୍ର କାହାଣୀ ‘ମାୟା ବାଗିଚା ଗଳ୍ପ ସଙ୍କଳନ୍ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ଲେଖକ ତାଙ୍କର ସାହିତ୍ୟିକ ସୃଷ୍ଟି ପାଇଁ ସର୍ବଦା ସ୍ମରଣୀୟ ରହିବେ ବୋଲି ସମବେଦନା ବାର୍ତ୍ତାରେ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.