Latest Odisha News

BREAKING NEWS

ରାସ୍ତାରେ ଗଡୁଛି ଅଜବ କାର, ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେ ନାହିଁ । ଏଥିରୁ କିଛି ଭିଡିଓ ଆମକୁୁ ଚକିତ କରିଦେବା ପରି ହୋଇଥାଏ । ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ କାର ଚଳାଉଥିବାର ନଜର ଆସିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି କାରଟି କେତେବେଳେ ସିଧା ଚାଲୁଛି ତ ଆଉ କେତେବେଳେ ଓଲଟା ଚାଲୁଛି । ଏପରି କାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ଧଳା ରଙ୍ଗର କାରରେ ବଡ଼ ବଡ଼ ଚକ ଲାଗିଛି । ଏହି କାରଟି ଉଭୟ ସମତଳ ରାସ୍ତା ଏବଂ ଉଚ୍ଚରେ ବି ଗତି କରୁଛି । ଭିଡିଓ ଶେଷରେ ଚାଳକ ଜଣକ କାରକୁ ଓଲଟପାଲଟ କରୁଥିବାର ନଜର ଆସିଛନ୍ତି । ଏହା ହେଉଛି ଭିଡିଓର ସବୁଠାରୁ ଆଶ୍ଚର୍ଯ୍ୟଚକିତ ଦୃଶ୍ୟ । ମାତ୍ର ୧୭ ସେକେଣ୍ଡର ଏହି ଭିଡିଓ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.