Latest Odisha News

BREAKING NEWS

ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି: ବାବା ବିଶ୍ୱନାଥଙ୍କ ଦର୍ଶନ ପରେଏମିତି କଲେ ସନ୍ନି ଲିଓନି

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି । ନିକଟରେ ସେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ କାଶୀ ଯାତ୍ରାର ଅନେକ ଫଟୋ-ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସନ୍ନି ଆଇଏଏସ୍ ଅଭିଷେକ ସିଂଙ୍କ ସହ ନଜର ଆସିଛନ୍ତି । ଏହି ଫଟୋ ଓ ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଆଗକୁ ସେ ଧାର୍ମିକ ଚଳଚ୍ଚିତ୍ରରେ କାମ କରିବାକୁ ଇଚ୍ଛା ପ୍ରକାଶ ରଖିଛନ୍ତି ବୋଲି ସାମ୍ବାଦିକଙ୍କ ଆଗରେ କହିଥିଲେ ।

ବର୍ତ୍ତମାନ ଅଭିନେତ୍ରୀ ମ୍ୟୁଜିକ୍ ଆଲବମ୍ ର ପ୍ରମୋସନ ପାଇଁ ଆଇଏଏସ୍ ଅଭିଷେକ ସିଂଙ୍କ ସହ ବାରାଣାସୀରେ ପହଞ୍ଚିଥିଲେ । ଯେଉଁଠାରେ ସନ୍ନି କହିଛନ୍ତି, ‘ଯେ କୌଣସି କାମ କରିବାକୁ ଆଗ୍ରହ ରହିବା ଉଚିତ୍ । ହୃଦୟରୁ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ନିଶ୍ଚୟ ସଫଳ ହୋଇଥାଏ । ଯଦି ମୋତେ ସୁଯୋଗ ମିଳେ, ମୁଁ ଧାର୍ମିକ ଚଳଚ୍ଚିତ୍ରରେ ମଧ୍ୟ କାମ କରିବି, କିନ୍ତୁ ଏହିପରି ଚଳଚ୍ଚିତ୍ର ଗୁଡିକ ଭାବି ଚିନ୍ତି କରବା ଉଚିତ୍ ।

Leave A Reply

Your email address will not be published.