Latest Odisha News

ନଦୀରେ ବୁଡ଼ି ଛାତ୍ର ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ନିକଟରେ ବୁଢାନଦୀରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଦଶରଥପୁର ବ୍ଲକ କାଟିଆ ଗ୍ରାମର ଓମ୍ ପ୍ରକାଶ ଷଡ଼ଙ୍ଗୀ । ସେ ନବମ ଶ୍ରେଣୀର ଛାତ୍ର ।

ତେବେ ଓମ୍ ପ୍ରକାଶ ଆଜି ସ୍କୁଲ ନଯାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଓମ୍ ନଦୀ କୁ ଶୌଚ ହେବାକୁ ଯାଉଥିବା ବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ଦମକଳ ବାହୀନିକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ତେବେ ୭ ଜଣ ସାଙ୍ଗ ବୁଲିବାକୁ ଆସିଥିବା ବେଳେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଛଅ ଜଣ ସୁରକ୍ଷିତ ଅଛନ୍ତି ।

Comments are closed.