ଯାଜପୁର: ଅପହଞ୍ଚ ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ନଗଡାରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥା, ଯୋଜନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନଗଡ଼ା ବାସୀ ପରିବାର ନିୟୋଜନ ନେଇ ସଚେତନ ନଥିବାରୁ ଜନସଂଖ୍ୟା ବୃଦ୍ଧି ପାଉଛି। ତେଣୁ ପରିବାର ନିୟୋଜନ ଓ ନିୟନ୍ତ୍ରଣ କରିବା ନେଇ ନଗଡ଼ା ବାସୀଙ୍କୁ ସଚେତନ କରାଇବାକୁ ସ୍ଥାନୀୟ ୨ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ସ୍ବେଚ୍ଛାସେବୀ ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ସେମାନେଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଜନ୍ମ ନିୟନ୍ତ୍ରଣ କରୁଥିବା ଦମ୍ପତି ମାନଙ୍କୁ ସରକାରୀ ସହାୟତା ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହିତ ନଗଡ଼ା ବାସୀଙ୍କ ପାଇଁ ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ତାହା ସେମାନେ ବ୍ୟବହାର କରୁନାହାନ୍ତି। ତେଣୁ ଏମାନଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ଏହି ସ୍ବେଚ୍ଛାସେବୀ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.