Latest Odisha News

BREAKING NEWS

ରିୟା, ମିରାଣ୍ଡାଙ୍କ ଘରେ ପଞ୍ଝା ମାରିଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଡ୍ରଗ୍ସ ଲିଙ୍କରେ ରିୟାଙ୍କ ଘରେ ପଞ୍ଝା ମାରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ସକାଳୁ ସକାଳୁ ମୁମ୍ବାଇ ସ୍ଥିତ ରିୟାଙ୍କ ଘରେ ରେଡ ହୋଇଛି । ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ମୁମ୍ବାଇ ପୋଲିସ ଓ ଏନସିବି ଟିମ୍ ମିଳିତ ଚଢ଼ାଉ କରିଛି ।

ସେହିପରି ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଘରେ ବି ଚଢ଼ାଉ ଜାରି ରହିଛି । ସେମାନଙ୍କ ଘରେ ଖୋଳତାଡ ଜାରି କରିଛନ୍ତି ଏନସିବି ଟିମ୍ ।

ରିୟା ଓ ତାଙ୍କ ଭାଇ ସୌଭିକଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତ୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହାପରେ କାର୍ଯ଼୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ରିୟାଙ୍କ ନାଁରେ ମାମଲା ରୁଜୁ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଦୁଇ ଜଣ ଡ୍ରଗ୍ସ ପେଡଲରଙ୍କୁ ଏନସିବି ଗିରଫ କରିଛି ।

Leave A Reply

Your email address will not be published.