Latest Odisha News

BREAKING NEWS

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ୧୦୦ରୁ ଉର୍ଦ୍ଧ୍ଵ ରୋଗୀ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଥିବା ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୧୦୦ ରୁ ଅଧିକ ରୋଗୀ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ସକାଳ ୪.୩୦ ମିନିଟରେ ହସ୍ପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ସୂଚନା ଦେଇଛି ପୋଲିସ ।

ସୂଚନା ଅନୁସାରେ, ଅହମ୍ମଦାବାଦର ଶାହିବାଗ ଅଞ୍ଚଳରେ ଅବସ୍ଥିତ ୧୦ମହଲା ବିଶିଷ୍ଟ ଏକ ଘରୋଇ ହସ୍ପିଟାଲର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଛି । ସକାଳ ୪.୩୦ ମିନିଟରେ ତଳ ମହଲାରେ ନିଆଁ ଲାଗିବା ପରେ ଧୁଆଁ ସମ୍ପୁର୍ଣ୍ଣ ବେସମେଣ୍ଟରେ ଭରିଯାଇଥିଲା । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସତର୍କତାମୂଳକ ପଦକ୍ଷେପ ଭାବରେ ୧୨୫ ରୋଗୀଙ୍କୁ ଡ଼ାକ୍ତରଖାନାରୁ ନିରାପଦରେ ସ୍ଥାନାନ୍ତର କରାଯାଇଛି । ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ଏବେ ବି ହସ୍ପିଟାଲ ବେସମେଣ୍ଟରୁ ଧୂଆଁ ବାହାରୁଛି । ଘଟଣା ସ୍ଥଳରେ ୨୨ଟି ଦମକଳ ଟିମ୍‌ ନିୟୋଜିତ ଅଛନ୍ତି । ଅଗ୍ନିଶମ ଅଧିକାରୀ ଜୟଶ ଖଡ଼ିଆ ଏହି ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେପଟେ ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବୈଠକ ଡକା ଯାଇଛି।

Leave A Reply

Your email address will not be published.