Latest Odisha News

BREAKING NEWS

ଅଗଷ୍ଟ ପରିବର୍ତ୍ତେ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ’ ର ପରବର୍ତ୍ତୀ ବୈଠକ !

ନୂଆଦିଲ୍ଲୀ: ବିରୋଧୀ ଦଳ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକ ଅଗଷ୍ଟ ପରିବର୍ତ୍ତେ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ସୂତ୍ରରୁ ପ୍ରକାଶ ଯେ ୨୫ ଏବଂ ୨୬ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ଏହି ବୈଠକ ବର୍ତ୍ତମାନ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇପାରିବ। ଅଧିକାଂଶ ନେତା ଅଗଷ୍ଟରେ ବ୍ୟସ୍ତ ରହିପାରନ୍ତି, ତେଣୁ ବୈଠକ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ମିଶି ଇଣ୍ଡିଆ ବା ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସର ଗଠନ କରିଛନ୍ତି। ଏହି ବୈଠକ ମୁମ୍ବାଇରେ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ସୂଚନା ଥାଉକି, ବିରୋଧୀ ଦଳର ପ୍ରଥମ ବୈଠକ ଜୁନ ୨୩ ତାରିଖ ପାଟନାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୫ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏଥି ସହିତ ଜୁଲାଇ ୧୮ ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୬ଟି ରାଜନୈତିକ ଦଳର ନେତା ଅଂଶଗ୍ରହଣ କରିଥିଲେ। ଏହି ସଭାରେ ବିରୋଧୀ ଦଳର ନାମ ପ୍ରସ୍ତୁତ କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ଏନସିପି ମୁଖ୍ୟ ଶରଦ ପାୱାର ଅଗଷ୍ଟ ମଧ୍ୟଭାଗରୁ ମହାରାଷ୍ଟ୍ର ଗସ୍ତରେ ଆସିବେ ଏବଂ ସେ ସେହି ନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଆସନ୍ତା ମାସରେ ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ। କଂଗ୍ରେସ, ଏନସିପି (ଶରଦ ପାୱାର) ଏବଂ ଶିବସେନା (ଉଦ୍ଧବ ଠାକରେ)ଙ୍କୁ ୨୫ ଏବଂ ୨୬ ଅଗଷ୍ଟ ମଧ୍ୟରେ ମୁମ୍ବାଇରେ ହେବାକୁ ଥିବା ରାଲିରେ ଭାଗ ନେବେ। ସୂଚନା ଥାଉକି ନିକଟରେ ଏନସିପି ଦୁଇଟି ଗୋଷ୍ଠୀରେ ଭାଗ ହୋଇଛି। ଦ୍ୱିତୀୟ ଦଳର ନେତୃତ୍ୱ ନେଉଛନ୍ତି ଅଜିତ୍ ପାୱାର ।

ବେଙ୍ଗାଲୁରୁ ବୈଠକ ପରେ ବିରୋଧୀ ଦଳ ‘ଇଣ୍ଡିଆ’ ଦ୍ୱାରା ନିଆଯାଇଥିବା ପ୍ରଥମ ପ୍ରମୁଖ ପଦକ୍ଷେପ ହେଉଛି ଲୋକସଭାରେ ଅନାସ୍ଥା ପ୍ରସ୍ତାବ। ଏହାକୁ ଲୋକସଭାରେ କଂଗ୍ରେସ ଦ୍ୱାରା ଅଣାଯାଇଛି। ତେବେ, ଅନସ୍ତା ପ୍ରସ୍ତାବ ଏନଡିଏ ସରକାରକୁ କୌଣସି କ୍ଷତି ପହଞ୍ଚାଇବ ପାରିବ ନାହିଁ କାରଣ ଏନଡିଏ ପାଖରେ ସଂଖ୍ୟା ଗରିଷ୍ଠତା ଅଛି। କିନ୍ତୁ ବିରୋଧୀ ଚାହୁଁଛନ୍ତି ଯେ ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ସଂସଦରେ ନିଜ ନୀରବତା ଭଙ୍ଗ କରନ୍ତୁ। ବର୍ତ୍ତମାନ ୧୬ ଟି ବିରୋଧୀ ଦଳର ୨୧ ନେତା ମଣିପୁର ଗସ୍ତରେ ଅଛନ୍ତି। ଏହି ସମସ୍ତ ନେତା ଶନିବାର ମଣିପୁରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହି ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟିବେ।

Leave A Reply

Your email address will not be published.