Latest Odisha News

BREAKING NEWS

ଦକ୍ଷିଣ କୋରିଆର ବସ୍ତିନଗରୀରେ ଭୟାବହ ଅଗ୍ନିକାଣ୍ଡ

ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ସ୍ଥିତ ଏକ ବସ୍ତି ନଗରୀରେ ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷମାନେ କହିଛନ୍ତି। ତେବେ ସୂଚନା ଅନୁଯାୟୀ, ୬୬୦ରୁ ଅଧିକ ପରିବାର ବସବାସ କରୁଥିବା ଦକ୍ଷିଣାଞ୍ଚଳ ସିଓଲସ୍ଥିତ ଗୁରୟୋଙ୍ଗ୍‌ ଗାଁରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୧୭୦୦ ବର୍ଗଫୁଟ୍‌ ପରିମିତ ଅଞ୍ଚଳରେ ପାଖାପାଖି ୪୦ଟି ବାସଗୃହ ନଷ୍ଟ ହୋଇଯାଇଥିବା କଥା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି।

ନିଆଁକୁ ଆୟତ କରିବା ପାଇଁ  ୨୯୦ଜଣ ଅଗ୍ନିଶମ ବାହିନୀ କର୍ମଚାରୀ, ୧୦ଟି ହେଲିକପ୍ଟର୍‌ ଏବଂ ପୁଲିସ ଅଧିକାରୀମାନଙ୍କୁ ପଠାଯାଇଥିଲା।  ସବୁଠୁ ବଡ଼ କଥା ହେଲା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ଓ ଉପକରଣ ବ୍ୟବହାର କରି ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତିକୁ ସୀମିତ ରଖିବା ପାଇଁ ସମ୍ପ୍ରତି ସ୍ବିଜର୍‌ଲାଣ୍ଡ୍‌ରେ ଚାଲିଥିବା ‘ୱାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌’ରେ ଯୋଗ ଦେଇଥିବା ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଲୋ କହିଛନ୍ତି ବୋଲି ତାଙ୍କର କିମ୍‌ ଏୟୁନ୍‌-ହିୟେ କହିଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ପ୍ରତିରୋଧ କରି ବାସିନ୍ଦାମାନଙ୍କୁ ସୁରକ୍ଷିତ ରଖିବାକୁ ଗୃହମନ୍ତ୍ରୀ ଲି ସାଙ୍ଗ୍‌-ମିନ୍‌ ମଧ୍ୟ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.