Latest Odisha News

BREAKING NEWS

WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଆଉ ଜଣେ ରେସଲର

ନୂଆଦିଲ୍ଲୀ: ବିନେଶ ଫୋଗାଟଙ୍କ ପରେ ଏବେ ଅଂଶୁ ମଲିକ ବି ଭାରତୀୟ କୁସ୍ତି ସଂଘ (WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟୀନି ଅଂଶୁ ମଲିକ କହିଛନ୍ତି ଯେ ବ୍ରିଜ ଭୂଷଣ ଯେତେବେଳେ ବି କ୍ୟାମ୍ପସ୍ କିମ୍ବା ପ୍ରିତଯୋଗିତା ସମୟରେ ଥାନ୍ତି ସେତେବେଳେ ସବୁ ମହିଳା ରେସଲର ନିଜକୁ ଅସୁରକ୍ଷିତ ମନେ କରନ୍ତି। ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଂଶୁ କହିଛନ୍ତି ଯେ ଜୁନିଅର ମହିଳା ରେସଲରମାନେ ଯେଉଁ ହୋଟେଲ୍‌ରେ ଶୋଉଥିଲେ WFI ଅଧ୍ୟକ୍ଷ ସେଇ ହୋଟେଲରେ ଶୋଉଥିଲେ।

ସେ କହିଛନ୍ତି “ ଜୁନିଅର ୱାର୍ଲ୍ଡ ଚାମ୍ପିୟନସିପରେ ଭାଗ ନେଉଥିବା ଜୁନିୟର ମହିଳା ରେସଲରମାନେ ହୋଟେଲ୍‌ରେ ଯେଉଁ ମହଲାରେ ରହୁଥିଲେ WFI ଅଧ୍ୟକ୍ଷ ମଧ୍ୟ ସେଇ ମହାଲାରେ ରହୁଥିଲେ। ଏବଂ ସେ ତାଙ୍କ ରୁମ୍‌ର ଡୋର ଖୋଲା ରଖୁଥିଲେ। ଫଳରେ ସବୁ ମହିଳା ରେସଲର ନିଜକୁ ଅସାମାନ୍ୟ ଅନୁଭବ କରୁଥିଲେ।  ଆମର ଦାବି ଯେ ସଂଘ ବ୍ରିଜ୍ ଭୂଷଣଙ୍କୁ ହଟାଉ। ”

WFI ଅଧ୍ୟକ୍ଷ ବିରୋଧରେ ଟିପ୍ପଣୀ କରି ଷ୍ଟାର ରେସଲର ବିନେଶ ଫୋଗାଟ କହିଥିଲେ ଯେ ବିରୋଧ ତେଜିବା ପରେ ଗୋଟିଏ ପରେ ଗୋଟିଏ ମହିଳା ରେସଲର ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କଥା କହୁଛନ୍ତି। ଆମେ ଏନେଇ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ। ତେଣୁ ଅପରାଧି ଇସ୍ତଫା ଦିଅନ୍ତୁ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଫୋଗାଟ କହିଛନ୍ତି।  ଖେଳାଳିମାନେ ସଂଘର ସଦସ୍ୟଙ୍କୁ ଜେଲ୍ ପର୍ଯ୍ୟନ୍ତ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଫୋଗାଟ ଚେତାବନୀ ଦେଇଛନ୍ତି।

ଏନେଇ ଫୋଗାଟ କହିଛନ୍ତି “ ଆମେ ଏଠି ସତ କହିବାକୁ ଆସିଛୁ ଆମ ଜଣେ ଦୁଇ ଜଣ ଝିଅ ଅଛନ୍ତି ଯେଉଁମାନେ ଯୌନ ନିର୍ଯାତନା ପାଇଛନ୍ତି। ବର୍ତ୍ତମାନ ସେମାନେ ସବୁ ଜଣେ ଜଣେ କରି ସାମ୍ନାକୁ ଆସୁଛନ୍ତି। ଯଦି ଆମ ଉପରେ ଅଧିକ ଚାପ ପଡ଼ିଲା ତେବେ ଆମେ ନିଶ୍ଚୟ ଅପରାଧିକୁ ଜେଲ୍‌କୁ ନେଇଯିବୁ। ତେଣୁ ଆମେ ଚାହୁଁଛୁ ଯେ ସିଏ ଇସ୍ତଫା ଦିଅନ୍ତୁ।  ଏଥିପାଇଁ ଏକ କମିଶନ ଗଠନ କରାଯାଇ ତଦନ୍ତ କରାଯାଉ। ”

ସୂଚନା ଥାଉଖି ଆନ୍ଦୋଳନରତ ରେସଲରମାନେ ଆଜି ସକାଳୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ସେମାନଙ୍କର ଦାବି ରଖିଛନ୍ତି। ତେବେ ଏନେଇ ଶୁକ୍ରବାର କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଉଥରେ ବୌଠକ ହୋଇପାରେ ବୋଲି ରେସଲର ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.