Latest Odisha News

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ବାରିପଦା: ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ସିଧା ସହର ସ୍ଥିତ ବୁଢୀଖମାରୀ ସ୍କୁଲ ଭିତରେ ପସିଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇଯାଇଛନ୍ତି । ତେବେ ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ପଳାଇଆସି ବାଘଟି ସହରେ ଭିତରେ ପ୍ରବେଶ କରିଥିବା କୁହାଯାଉଛି । ।

ଆଜି ସକାଳ ପାଖାପାଖି ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିବାକୁ ଲାଗିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ଭିତରକୁ ପଶିଯାଇଥିଲା। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ବନ ବିଭାକୁ ଖବର ଦେଇଥିଲେ। ଏହା ପରେ ରେସ୍କୁ ଟିମ୍ ଓ ଟ୍ରାଙ୍କୁଲାଇଜ ଟିମଙ୍କ ସହିତ ଡିଏଫଓ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଏହାପରେ ବନବିଭାଗ ବାଘଟିକୁ ଖୋଜିବା ସହ ସ୍ଥାନୀୟ ଲୋକଙ୍କର ଯେପରି କିଛି ଅସୁବିଧା ନହୁଏ ସେନେଇ ସମସ୍ତ ସତର୍କତା ଅବଲମ୍ବନ କରିଛି ।

Leave A Reply

Your email address will not be published.