Latest Odisha News

BREAKING NEWS

ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି ରାଜ୍ୟରେ ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ବିଶେଷ ଭାବେ ଦକ୍ଷିଣ ଓ ଉତ୍ତର ଓଡିଶାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

୧୮ ତାରିଖ ବେଳକୁ ଖରା ଓ ଗରମ ଫେରିବା ସହ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୧୯ ତାରିଖରୁ ପାଗ ବଦଳିବ । ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ । ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ରହିବ । ୨୦ ଓ ୨୧ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ଗ୍ରୀଷ୍ମ ପ୍ରବାହ ଲହରୀ ମଧ୍ୟ ଦେଖାଦେବା ନେଇ କହିଛି ପାଣିପାଗ କେନ୍ଦ୍ର ।

ଉପକୂଳରେ ୪୦ ରୁ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ୨୪ରେ ପୁଣି ତାପମାତ୍ରା କମିବାର ସମ୍ଭାବନା ରହିଛି । ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ଚଳିତ ବର୍ଷର ମୌସୁମୀ ୩୧ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ ବୋଲି ସୂଚନା ମିଳିଛି । ଆଣ୍ଡମାନରେ ୧୯ ରୁ ୨୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.