Latest Odisha News

BREAKING NEWS

Chip Packet Toy Exploded: ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣା ହେଲା ବିସ୍ଫୋରଣ, ଆଉ ତା’ପରେ…

ଟିଟିଲାଗଡ଼: ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ବିସ୍ଫୋରଣ ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା କୁନି ପିଲାର ଆଖି । ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରୁ ।

ଖବର ମୁତାବକ, ଶଗଡଘାଟ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଗୋଟିଏ ଚିପସ ପ୍ୟାକେଟ କିଣି ଆଣିଥିଲା । ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା । ଛୋଟ ଖେଳନା ସହ ଖେଳିବା ସମୟରେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା । ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା ଓ ଅଙ୍କେଶର ମୁହଁ ପୋଡି ଯାଇଥିଲା ।

ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଏବେ ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ତେବେ ଛୋଟ ପିଲାଙ୍କୁ ଚିପ୍ସ ପ୍ୟାକେଟ୍ ଦେବା ପୂର୍ବରୁ ସେଥିରେ ଖେଳନା ଅଛି କି ନାହିଁ ଯାଞ୍ଚ କରନ୍ତୁ । ଅଜଣା ବା ନିମ୍ନମାନର ସ୍ଥାନୀୟ ବ୍ରାଣ୍ଡର ଖାଦ୍ୟ କିଣିବା ବେଳେ ସତର୍କ ରୁହନ୍ତୁ ।

Leave A Reply

Your email address will not be published.