Latest Odisha News

ପତ୍ନୀ ସହ ଝଗଡା ପରେ ବରଗଛରେ ଚଢିଲା ନିଶାସକ୍ତ ଯୁବକ; ଆଉ ତା’ପରେ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ବରଗଛର ପୂରା ଅଗରେ ଚଢିଯିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି ।

ଏପରିକି ସେ ତଳକୁ ଓହ୍ଲାଇବାକୁ ମନା କରିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଯୁବକ ଜଣକ ତଳକୁ ଡେଇଁ ପଡିବ ବୋଲି ଧମକ ମଧ୍ୟ ଦେଇଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ ହାଟପଦାସାହି ଗାଁର ମାନସ ନାୟକ କୌଣସି କାରଣବଶତଃ ସ୍ତ୍ରୀ ସହ ଝଗଡା କରିବା ପରେ ଗଛ ଉପରେ ଚଢିଯାଇଥିଲା । ଯାହା ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ ।

ବହୁ ପ୍ରଚେଷ୍ଟା ପରେ ପାଖାପାଖି ଦେଢ ଘଣ୍ଟାର କସରତ ପରେ ତାକୁ ତଳକୁ ଆଣିବାରେ ଉଦ୍ଧାର କାରୀ ଦଳ ସଫଳ ହୋଇଥିଲେ ।

ତେବେ ପୋଲିସ ତାକୁ ଅଟକ ରଖିବା ସହ ପଚରାଉଚରା କରୁଥିବା ବେଳେ ସେ ନିଶାଗ୍ରସ୍ତ ଥିବା ଜାଣିବାକୁ ମିଳିଥିଲା ।

 

Leave A Reply

Your email address will not be published.