Latest Odisha News

BREAKING NEWS

ବିନା ଡ୍ରାଇଭରରେ ଅଧକିଲୋମିଟର ଯାଏଁ ମାଡି ଚାଲିଲା ଟ୍ରକ !

ଭୁବନେଶ୍ୱର: ବିନା ଡ୍ରାଇଭରରେ ଅଧକିଲୋମିଟର୍ ଯାଏ ମାଡି ଚାଲିଲା ଟ୍ରକ୍‌ ! ବିଶ୍ୱାସ ନହେଲେବି କଥାଟି ସତ । ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଅଦ୍ଭୁତ ଘଟଣା।
ବିନା ଡ୍ରାଇଭରରେ ମାଟି ବୋଝେଇ ଟ୍ରକଟି ପ୍ରାୟ ୬୦୦ ମିଟର ଯାଏ ମାଡି ଚାଲିଥିବା ଦେଖିବାକୁ ମିଳିଥିଲା।

ସୂଚନାନୁସାରେ, ଏହି ମାଟି ବୋଝେଇ ଟ୍ରକଟି ଆଚାର୍ଯ୍ୟବିହାର ନିକଟ ମହାରାଜା ସିନେମା ହଲ୍ ସାମ୍ନାରେ ଛିଡ଼ା ହୋଇଥିଲା। ସେହି ସମୟରେ ଟ୍ରକ୍‌ରେ ଡ୍ରାଇଭର ମଧ୍ୟ ଗାଡ଼ିରେ ଉପସ୍ଥିତ ନଥିଲେ। ଏହି ସମୟରେ ପଛଆଡୁ ଆସୁଥିବା ଅନ୍ୟ ଏକ ଟ୍ରକଟିକୁ ଧକ୍କା ଦେଇଥିଲା । ଯାହାଫଳରେ, ଛିଡ଼ା ହୋଇଥିବା ଟ୍ରକ୍‌ଟି ଓଭର ବ୍ରିଜରେ ଉପରେ ମହାରାଜା ସିନେମା ହଲ୍ ସାମ୍ନାରୁ ସହିଦ ନଗର ଥାନା ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଯାଇଥିବସ ସୂଚନା ମିଳିଛି।

ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.