Latest Odisha News

BREAKING NEWS

ଦୀର୍ଘ ୩ ମାସ ପରେ ପୁରୀରେ ଖୋଲିଲା ହୋଟେଲ

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ପୁରୀରେ ଖୋଲିଛି ହୋଟେଲ । କେନ୍ଦ୍ର ସରକାରଙ୍କ ନୂତନ ଗାଇଡ୍‌ଲାଇନ ମୁତାବକ ଶ୍ରୀକ୍ଷେତ୍ରରେ ମଙ୍ଗଳବାର ଠାରୁ କିଛି ହୋଟେଲ ଖୋଲିଥିବା ସୂଚନା ମିଳିଛି।

ପୁରୀର ପାଖାପାଖି ଶହେରୁ ଅଧିକ ‌ହୋଟେଲ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ପୁନଃ କାର୍ଯ୍ୟକ୍ଷମ କରାଇଛନ୍ତି ହୋଟେଲ। କେନ୍ଦ୍ରସରକାରଙ୍କ ଗାଇଡ୍‌ଲାଇନ ମୁତାବକ ହୋଟେଲ ଗୁଡିକରେ ମୋଟ୍‌ ରୁମର ୩୦ ପ୍ରତିଶତ ‌ରୁମ ଖୋଲାଯାଇଛି। ଖୋଲିବା ପୂର୍ବରୁ ‌ହୋଟେଲ ଗୁଡିକୁ ସାନିଟାଇଜ୍ କରିଛନ୍ତି।
ହୋଟେଲ ଖୋଲାଯାଇଥିଲେ ମଧ୍ୟ ହୋଟେଲରେ ପର୍ଯ୍ୟଟକ ନଜର ଆସିନଥିବା ସୂଚନା ମିଳିଛି । ପୁରୀ ‌ହୋଟେଲ ସଂଘ ସମ୍ପାଦକ ରାଜକିଶୋର ପାତ୍ରଙ୍କ କହିବାନୁଯାୟୀ, ଏବେ ହୋଟେଲଗୁଡିକ ଖୋଲିବା ନିହାତି ଦରକାର। ତୁରନ୍ତ ସ୍ଥିତି ସ୍ବାଭାବିକ ନ କଲେ ଅନେକ ହୋଟେଲ କର୍ମଚାରୀ ଓ ସେମାନଙ୍କ ପରିବାର ଭୋକଉପାସରେ ରହିବେ ବୋଲୋ କହିଛନ୍ତି।

ଧୀରେଧିରେ ରୁମ ବୁକ ହେବା ଆରମ୍ଭ ହେଲାଣି । ପୁରୀକୁ ରେଳ ଓ ବସ୍‌ ସେବା ଆଗକୁ ସ୍ବାଭାବିକ ହେଲେ ‌ହୋଟେଲ ଶିଳ୍ପ ସ୍ବଭାବିକ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି। ତେବେ ହୋଟେଲ ଗୁଡିକ ସାମାଜିକ ଦୂରତା ମାନିବେ। ‌ରେସ୍ତୋରାଁରେ ମଧ୍ୟ ସାମାଜିକ ଦୂରତା ରଖାଯିବାର ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.