Latest Odisha News

BREAKING NEWS

ଘରୋଇ ହିଂସା ବିରୋଧରେ ତୁର୍କୀ କଳାକାରଙ୍କ ନିଆରା ପ୍ରତିବାଦ…

ଭୁବନେଶ୍ୱର:ବଦଳୁଛି ପ୍ରତିବାଦ କରିବାର ଶୈଳୀ । ନିକଟରେ ତୁର୍କୀର ଜଣେ କଳାକାରଙ୍କ ଘରୋଇ ହିଂସା ବିରୋଧରେ ପ୍ରତିବାଦର ଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

କଳାକାର ୱାହତ ତ୍ୟୁନା ସମ୍ପୂର୍ଣ୍ଣ ଭାବେ ନିଆରା ଢ଼ଙ୍ଗରେ କରିଥିଲେ ବିରୋଧ ପ୍ରଦର୍ଶନ । ସେ ଘରର କାନ୍ଥରେ ୪୪୦ ଯୋଡା ଜୋତା କଳାତ୍ମକ ଶୈଳୀରେ ଲଗାଇଥିଲେ । ଯାହା କି ସମସ୍ତଙ୍କୁ ଆକୃଷ୍ଟ କରୁଥିଲା ।

ଭାରତରେ ଯେପରି ବ୍ୟକ୍ତିର ମୃତ୍ୟୁ ପରେ ତା’ର ସମସ୍ତ ବ୍ୟବହାର୍ଯ୍ୟ ବାସ୍ତୁ ବାହାରେ ଫିଙ୍ଗି ଦିଆଯାଏ। ସେପରି ତୁର୍କୀରେ ବ୍ୟକ୍ତିର ମୃତ୍ୟୁ ପରେ ତା’ର ଜୋତା ଫିଙ୍ଗି ଦିଆଯାଏ ।

୨୦୧୮ ଘରୋଇ ହିଂସାରେ ମୃତ୍ୟୁବରଣ କରିଥିବା ମହିଳାମାନଙ୍କୁ ମନେ ପକାଇ ୱାହତ ତ୍ୟୁନା ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

“ମହିଳାଙ୍କ ବିରୋଧରେ ହିଂସା ଆଦୌ ଗ୍ରହଣୀୟ ନୁହେଁ । ଆଶା କରୁଛି ମୋର ଏହି ନିଆରା ବିରୋଧ ସମସ୍ତଙ୍କୁ ଏଥିପ୍ରତି ସଚେତନତା କରାଇବ” ବୋଲି ସେ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.