Latest Odisha News

BREAKING NEWS

ଆଜିଠାରୁ ଦୁଇ ଦିନିଆ ଆଇଏଏସ୍‌ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର : ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ ନେଇ ସ୍ଥିର ହୋଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ହେବାକୁ ଥିବା ବେଳେ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ତେବେ ଏହି ସମ୍ମିଳନୀରେ ଏକାଠି ହେବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଗୁରୁମନ୍ତ୍ର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ଦିନରେ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସରକାର ସ୍ୱାସ୍ଥ୍ୟ ଉପରେ ଫୋକସ କରୁଛନ୍ତି । ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ରହିଛି BSKY । ଆମ ହସ୍ପିଟାଲ ଓ ବିଏସ୍‌କେୱାଇ ଜରିଆରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ବିଷୟ ଉପରେ ଆଲୋକପାତ କରିବେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ସେହିପରି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଏବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବାକୁ ଚାଲିଛି ଅଭିଯାନ । ଜିଲ୍ଲାପାଳ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ । ତଥ୍ୟ ରଖିବେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ । କୃଷି କ୍ଷେତ୍ରରେ ବହୁବିଧ ଚାଷକୁ କିପରି ପରବର୍ତ୍ତୀ ସ୍ତରକୁ ନିଆଯିବ, ସେନେଇ ସମ୍ମିଳନୀରେ ଆଲୋଚନା ହେବ ।

ସେହିପରି ଯୁବପିଢିର ଶିକ୍ଷା ଓ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ସମ୍ମିଳନୀରେ ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍‌ସ ଅଫ ଦ ଜେନେରେସନ ଏକ୍ସ ଉପରେ ହେବ ଆଲୋଚନା ହେବ । ଏହା ସହ ଜଳ ସେଚନ ଯୋଗେ ଗ୍ରାମାଞ୍ଚଳର ସମୃଦ୍ଧି ଉପରେ ଆଲୋଚନା କରିବେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଅନୁ ଗର୍ଗ ।

 

Comments are closed.