Latest Odisha News

BREAKING NEWS

ଭାଲେଣ୍ଟାଇନ ଡେ’ ରେ ପ୍ରଧାନମନ୍ତ୍ରୀଙ୍କୁ ସୁନା ଗୋଲାପର ବୁକେ ଦେଲେ ସୁରତ ଛାତ୍ର

ଗାନ୍ଧୀନଗର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ । ପ୍ରେମ ପାଇଁ ଦିନଟିଏ  । ପ୍ରେମୀ ଯୁଗଳ ମାନେ ନିଜ ନିଜର ପ୍ରେମୀକାଙ୍କୁ ଗିପ୍ଟ ଦେଇ ପ୍ରେମର ଭାବ ପ୍ରକାଶ କରିଥାଆନ୍ତି । ପ୍ରଧାନମନ୍ତ୍ରୀ ଏବଂ ସୁରତ ଛାତ୍ରଙ୍କ ମଧ୍ୟରେ ରହିଛି ଅତୁଟ ବନ୍ଧନ । ଏହି ଭ୍ୟାଲେଟାଇନ୍‌ ଡେ ଅବସରରେ ଗୁଜୁରାଟ ସୁରତର ଛାତ୍ରମାନେ ମୋଦିଙ୍କୁ ଦେଇଛନ୍ତି ଦାମୀ ଗିଫ୍ଟ । ପ୍ରଧାନମନ୍ତ୍ରୀଙ୍କ ଲାଗି ସୁନା ଗୋଲାପର ଏକ ବୁକେ ଉପହାର ଦେଇଛନ୍ତି । ଯେଉଁଥିରେ ୨୪ କ୍ୟାରେଟର ପ୍ରାୟ ୧୫୧ଟି ସୁନା ଗୋଲାପ ରହିଛି ।

ଛାତ୍ର ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବନ୍ଧନ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ସୁରତର ଛାତ୍ରମାନେ ନିଜର ପ୍ରେମଭାବ ପ୍ରକାଶ କରିବା ଲାଗି ଭାଲେଣ୍ଟାଇନ ଡେ’କୁ ଚୟନ କରିଥିବା ବେଳେ ଗୋଲ୍ଡ ପ୍ଲେଟେଡ ପୁଷ୍ପଗୁଚ୍ଛ ଭେଟି ଦେଇଛନ୍ତି  । ମୋଦି ସବୁବେଳେ ପରୀକ୍ଷା ପୂର୍ବରୁ ଛାତ୍ରମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ କୁନିକୁନି ପିଲାମାନଙ୍କ ସହିତ ପରୀକ୍ଷାକୁ ନେଇ ଆଲୋଚନା କରିଥାନ୍ତି । ସେ ଦେଶର ଯୁବପିଢିଙ୍କୁ ଭାରତର ଭବିଷ୍ୟତ ବୋଲି କହିଥାନ୍ତି । ଛାତ୍ରମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରେମ ଭାବନା ଅନେକ ଥର ଦେଖିବାକୁ ମିଳିଛି । କିନ୍ତୁ ଏଥର ଭାଲେଣ୍ଟାଇନ୍ସ ଦିବସ ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ନିଜର ପ୍ରେମ ଭାବନା ଦେଖାଇବା ପାଇଁ ଏହି ସ୍ବତନ୍ତ୍ର ପୁଷ୍ପଗୁଚ୍ଛ ଉପହାର ଭେଟି ଦେଇଛନ୍ତି ।

ଛାତ୍ର ଜଣକ କହିବା ଅନୁଯାୟୀ, “ପ୍ରଧାନମନ୍ତ୍ରୀ ସବୁବେଳେ ଆମର ଆଦର୍ଶ ରହି ଆସିଛନ୍ତି । ସେ ଆମର ଭାବନାକୁ ବୁଝିଥାଆନ୍ତି । ଭାଲେଣ୍ଟାଇନ୍ସ ଡେ’ ଅବସରରେ ଲୋକମାନେ ନିଜ ପ୍ରିୟ ଲୋକଙ୍କୁ ଗୋଲାପ ଫୁଲ ଉପହାର ଦିଆଯାଏ । ତେଣୁ ଏହି ବିଶେଷ ଦିନରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ସୁନା ଗୋଲାପରେ ତିଆରି ପୁଷ୍ପଗୁଚ୍ଛ ଦେବାକୁ ଯାଉଛୁ । ସେ ଆହୁରି ମଧ୍ୟ କହିଛନ୍ତି, ‘‘ଆମେ ଆମ ପକେଟ ମନିରୁ ଅର୍ଥ ସଞ୍ଚୟ କରି ଏହି ପୁଷ୍ପଗୁଚ୍ଛକୁ କ୍ରୟ କରିଛୁ ।” ଛାତ୍ରଙ୍କ ଆଗ୍ରହ ଦେଖି ସୁନା ଦୋକାନୀ ମଧ୍ୟ ଶୀଘ୍ର ଏହି ପୁଷ୍ପଗୁଚ୍ଛକୁ ତିଆରି କରିବାରେ ଲାଗିପଡ଼ିଛନ୍ତି । ତେବେ ଏହି ପୁଷ୍ପଗୁଚ୍ଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଜଣାପଡ଼ୁଛି  । ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଛାତ୍ରମାନଙ୍କ ପ୍ରେମ ଭାବନା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଅରୋ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଗାନ୍ଧିନଗରର ଏକ ସୁନା ଦେକାନରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶ୍ରଦ୍ଧାରେ ପୁଷ୍ପଗୁଚ୍ଛ ପ୍ରସ୍ତୁତ କରୁଥିବା  ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.