Latest Odisha News

BREAKING NEWS

ଏମିତି ଏକ ଗାଁ: ଯେଉଁଠି ୭୦ କୁକୁର କୋଟିପତି

ଗୁଜରାଟ: ଆଜିର ସମୟରେ ସମସ୍ତଙ୍କ ପାଇଁ ଟଙ୍କା ହିଁ ସବୁକିଛି । ସେଥିପାଇଁ ଲୋକମାନେ ଅଧିକ ପ୍ୟାକେଜ୍ ସନ୍ଧାନରେ ଚାକିରି ବଦଳାଇଥାନ୍ତି । ଆଉ କିଛି ଲୋକ ପଇସା ରୋଜଗାର କରିବା ପାଇଁ ବ୍ୟବସାୟ ବି କରନ୍ତି । ଯଦି ଭାଗ୍ୟ ସାଥ୍ ଦେଲା ତାହାହେଲେ ଆପଣ ଅତି ସହଜରେ କୋଟିପତି ବା ଧନୀ ସାବ୍ୟସ୍ତ ହୋଇଯିବେ । କିନ୍ତୁ ଏହା ଜଣେ ବ୍ୟକ୍ତି ରୋଜଗାର କରିବାର ବିଷୟ । କିନ୍ତୁ ଆପଣ କେବେ କୋଟିପତି କୁକୁର ବିଷୟରେ ଶୁଣିଛନ୍ତି କି? ଏମିତି ବି ଏକ ଗାଁ ଅଛି ଯେଉଁଠି ଅଧିକାଂଶ କୁକୁର ଗୋଟେ ଗୋଟେ କୋଟିପତି ।

ଗୁଜୁରାଟର ମେହସାନାରେ ରହିଛି ପଞ୍ଚୋଟ ଗାଁ । ଏଠାରେ ପ୍ରାୟ ୭୦ କୁକୁର କୋଟିପତି । ଏବେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି କୁକୁରମାନେ କିପରି କୋଟି କୋଟି ଟଙ୍କା ରୋଜଗାର କରନ୍ତି? ଏହି ଛୋଟ ଗାଁଟି ବାଇପାସ୍ କଡ଼ରେ ରହିଛି । ଏଠାରେ ଜମିର ମୂଲ୍ୟ ବହୁତ ବୃଦ୍ଧି ପାଇଛି । ଗାଁରେ ଏକ ଟ୍ରଷ୍ଟ ଅଛି, ଯାହାର କାମ କୁକୁରମାନଙ୍କର ଯତ୍ନ ନେବା । ଏହି ଟ୍ରଷ୍ଟକୁ ବହୁ ବର୍ଷ ପୂର୍ବେ ଦାନସୂତ୍ରରେ ୨୧ ଏକର ଜମି ମିଳିଥିଲା । ଏହି ଜମିରୁ ଯାହା କିଛି ଆୟ ହୁଏ ସେଥିରେ କୁକୁରମାନଙ୍କର ଯତ୍ନ ନିଆଯାଏ । ଏହି ଜମିଗୁଡ଼ିକ ବାଇପାସ୍ କଡ଼ରେ ଥିବାରୁ ତାହାର ଚାହିଦା ବି ଅଧିକ । ଏମିତି କି ଏହାର ମୂଲ୍ୟ ଏକର ପିଛା ତିନିକୋଟି ଟଙ୍କା । ଏପରି ପରିସ୍ଥିତିରେ, ଯଦି ଆମେ ହିସାବ କରିବା, ତେବେ ପ୍ରତ୍ୟେକ କୁକୁରକୁ ଏକ କୋଟି ଟଙ୍କା ଦିଆଯାଇପାରେ । ଟ୍ରଷ୍ଟ ମଧ୍ୟ ଏହି ଜମିରୁ ଟଙ୍କା ରୋଜଗାର କରେ । ପ୍ରତିବର୍ଷ ଏହାର ଗୋଟିଏ ପ୍ଲଟ୍ ଫସଲ କରିବା ପାଇଁ ନିଲାମ କରାଯାଏ । ଯିଏ ସର୍ବୋଚ୍ଚ ଟେଣ୍ଡର କରେ ତାଙ୍କୁ ଏକ ବର୍ଷ ପାଇଁ ଚାଷ କରିବାକୁ ସୁଯୋଗ ମିଳେ । ଟ୍ରଷ୍ଟର ଅଧ୍ୟକ୍ଷ ଖଗନଭାଇ ପଟେଲ କହିଛନ୍ତି ଯେ, ୭୦ ବର୍ଷ ପୂର୍ବେ ଏହି ଜମି ଦାନରେ ମିଳିଥିଲା । ସେତେବେଳେ କେହି ଜାଣି ନଥିଲେ ଯେ କିଛି ବର୍ଷ ପରେ ଏହାର ମୂଲ୍ୟ କୋଟିରେ ପହଞ୍ଚିବ । ତେଣୁ ଏହା କୁକୁରମାନଙ୍କୁ କୋଟିପତି କରାଉଛି ।

Leave A Reply

Your email address will not be published.