Latest Odisha News

BREAKING NEWS

ବଲିଉଡ୍ କୋରିଓଗ୍ରାଫର ଓଡ଼ିଆ ପୁଅ ସଂଗ୍ରାମ

ପୁରୀ: ଓଡ଼ିଆ ପୁଅ ସଂଗ୍ରାମ । ଏବେ ବଲିଉଡରେ ଦେଖାଉଛନ୍ତି ନିଜ ଡ୍ୟାନ୍ସର ଯାଦୁ । ଶୁଆଇ ଦେଉ ନଥିବା ସ୍ୱପ୍ନ ଆଉ ଅହରହ ସଂଘର୍ଷ ସଂଗ୍ରାମଙ୍କୁ ଦେଇଛି ସଫଳତା । ଶ୍ରୀକ୍ଷେତ୍ର ପୁରୀ ମାଟିର ପୁଅ ସଂଗ୍ରାମ କେଶରୀ ବାରିକ ଏବେ ମାୟାନଗରୀ ମୁମ୍ବାଇରେ କାମ କରୁଛନ୍ତି । ବଲିଉଡର ଜଣାଶୁଣା ପ୍ରଡକ୍ସନ ସଂସ୍ଥା ପ୍ରିନ୍ସ ଗୁପ୍ତା ଫିଲ୍ମ ପ୍ରଯୋଜିତ ‘ମେରା ଯୁତା ହେ ଭରସାକେ’ ସଙ୍ଗୀତରେ ସଂଗ୍ରାମ ନୃତ୍ୟ ପରିବେଷଣ କରିଛନ୍ତି ।

ଗୀତର ମୁଖ୍ୟ ଚରିତ୍ରରେ ବଲିଉଡର ଟପ୍ କୋରିଓଗ୍ରାଫର ପ୍ରିନ୍ସ ଗୁପ୍ତା ଅଭିନୟ କରିଥିବା ବେଳେ ତାଙ୍କ ସହ ତାଳ ଦେଇଛନ୍ତି ସଂଗ୍ରାମ । ପୁଅର ବଲିଉଡ ପ୍ରବେଶର ସଫଳତାରେ ଛଳଛଳ ହେଇ ଯାଉଥିବା ସଂଗ୍ରାମଙ୍କ ବାପା ପୁଅ ପାଇଁ ଲୋଡ଼ିଛନ୍ତି ଲୋକଙ୍କ ଆଶୀର୍ବାଦ ।

ପୁରୀ ବାଘେଆଖେଡ଼ାରେ ସଂଗ୍ରାମଙ୍କ ଘର । ପରିବାରର ଗୋଟିଏ ପୁଅ ସଂଗ୍ରାମ ପିଲାଟି ଦିନରୁ ଡ୍ୟାନ୍ସକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ । ପୁରୀରେ ଡ୍ୟାନ୍ସ ଶିକ୍ଷାନୁଷ୍ଠାନ ଖୋଲିବାକୁ ଲକ୍ଷ୍ୟ ରଖିଥିଲେ । ଆଉ ୨୦୧୫ରେ ଅନ୍ୟ ୨ ଜଣଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଡ୍ୟାନ୍ସ ସ୍କୁଲ୍ ।

ଏହାପରେ ସଂଗ୍ରାମ ୨୦୧୯ରେ ମୁମ୍ବାଇ ଚାଲି ଯାଇଥିଲେ । ସେଠାରେ ୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ସଫଳତା ଦେବା ସହ ପରିଚୟ ଦେଇଛି । ସଂଗ୍ରାମ ବେଶ୍ ପରିଶ୍ରମୀ ବୋଲି କୁହନ୍ତି ନୃତ୍ୟଶିଳ୍ପୀ ଚଞ୍ଚଲ ପାତ୍ର । ଏବେ ବଲିଉଡରେ ଡ୍ୟାନ୍ସର ଜଲୱା ଦେଖାଉଥିବା ସଂଗ୍ରାମ ଓଡ଼ିଶାର ବିଭିନ୍ନ ଡ୍ୟାନ୍ସ ପୋଗ୍ରାମ ଓ ଆୱାର୍ଡ ସେରିମନିରେ ନୃତ୍ୟ ପରିବେଷଣ କରିଛନ୍ତି ।

Leave A Reply

Your email address will not be published.