ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ ହରାଇଥିବା ମୁଂଜିର ଏଲ ନେଜେଲ ତାଙ୍କ ପୁଅ ମୁସ୍ତାଫାକୁ ଗେହ୍ଲ କରୁଛନ୍ତି । ଏଥିରେ ଛୋଟ ପିଲାଟିର ୨ଟି ଯାକ ଗୋଡ ମଧ୍ୟ ନାହିଁ ।
ନେଜେଲଙ୍କ ପତ୍ନୀ ପ୍ରେଗନେଂଟ ଥିବା ବେଳେ ବିଷାକ୍ତ ଗ୍ୟାସ ଯୋଗୁ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର ଦେଇଥିବା ଔଷଧ ଯୋଗୁ ପିଲାଟିର ଗୋଡ ନଷ୍ଟ ହୋଇ ଯାଇଥିଲା । ଉକ୍ତ ପ୍ରତିଯୋଗିତାର ଆୟୋଜକ କଠିନ ପରିଶ୍ରମ କରି ଏହି ପରିବାରକୁ ତୁର୍କୀରେ ଠାବ କରିଥିଲେ । ସେଠାରୁ ସେମାନଙ୍କୁ ଇଟାଲୀ ଅଣାଯାଇଛି । ଏହା ଖବର ପ୍ରସାରିତ ହେବା ପରେ ସମସ୍ତେ ଏହି ପରିବାରକୁ ଦେଖିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ ।
BREAKING NEWS
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
Comments are closed.