Latest Odisha News

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି । ଏହି ମନ୍ଦିର ଚିତା ଉପରେ ତିଆରି କରାଯାଇଛି ।

ମାନ୍ୟତା ରହିଛି ଏଠାରେ ମା’ କାଳୀଙ୍କ ଦର୍ଶନ କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶୁଣିଲେ ଆଶ୍ଚର୍ୟ୍ୟ ଲାଗିବ ନିଶ୍ଚୟ । କାରଣ କେବେ ବି କୌଣସି ମୃତ ବ୍ୟକ୍ତିଙ୍କ ଚିତା ଉପରେ କିପରି ମନ୍ଦିର ନିର୍ମାଣ ହୋଇପାରେ। ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି। ମହାରାଜା ରାମେଶ୍ୱର ସିଂ ଦରଭଙ୍ଗା ରାଜ ପରିବାରର ସାଧକ ରାଜା ମାନଙ୍କ ମଧ୍ୟରୁ ଜଣେ ଥିଲେ।

ଏ ନେଇ ରହିଛି ବଡ଼ କିମ୍ବଦନ୍ତୀ। ମନ୍ଦିରରେ ମାଆ କାଳୀ ଗଳାରେ ଖପୁରୀ ମାଳା ପିନ୍ଧିଛନ୍ତି । ମୋଟ ଉପରେ ୫୨ଟି ଖପୁରୀ ଏଥିରେ ରହିଛି। ଏହି ମନ୍ଦିରର ଅନ୍ୟ ଏକ ବିଶେଷ କଥା ହେଉଛି ଏଠାରେ ହେଉଥିବା ଆଳତୀ। ଏହି ମନ୍ଦିରରେ ଆଳତୀ ବହୁ ପ୍ରସିଦ୍ଧ। ଏହି ମନ୍ଦିର ଆଳତୀ ପାଇବା ପାଇଁ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି।

ଏହି ମନ୍ଦିରରେ ମାଆ କାଳୀଙ୍କ ପୂଜା ବୈଦିକ ଓ ତାନ୍ତ୍ରିକ ବିଧିରେ କରାଯାଏ । ମନ୍ଦିରେ ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୂରାନ୍ତରୁ ଅନେକ ଲୋକ ଆସିଥାନ୍ତି ଟ୍

Comments are closed, but trackbacks and pingbacks are open.