ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ ହରାଇଥିବା ମୁଂଜିର ଏଲ ନେଜେଲ ତାଙ୍କ ପୁଅ ମୁସ୍ତାଫାକୁ ଗେହ୍ଲ କରୁଛନ୍ତି । ଏଥିରେ ଛୋଟ ପିଲାଟିର ୨ଟି ଯାକ ଗୋଡ ମଧ୍ୟ ନାହିଁ ।
ନେଜେଲଙ୍କ ପତ୍ନୀ ପ୍ରେଗନେଂଟ ଥିବା ବେଳେ ବିଷାକ୍ତ ଗ୍ୟାସ ଯୋଗୁ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର ଦେଇଥିବା ଔଷଧ ଯୋଗୁ ପିଲାଟିର ଗୋଡ ନଷ୍ଟ ହୋଇ ଯାଇଥିଲା । ଉକ୍ତ ପ୍ରତିଯୋଗିତାର ଆୟୋଜକ କଠିନ ପରିଶ୍ରମ କରି ଏହି ପରିବାରକୁ ତୁର୍କୀରେ ଠାବ କରିଥିଲେ । ସେଠାରୁ ସେମାନଙ୍କୁ ଇଟାଲୀ ଅଣାଯାଇଛି । ଏହା ଖବର ପ୍ରସାରିତ ହେବା ପରେ ସମସ୍ତେ ଏହି ପରିବାରକୁ ଦେଖିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ ।
BREAKING NEWS
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ
- ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ
- ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ
- ଧନୀ ହେଉଛନ୍ତି ଆହୁରି ଧନୀ: ଆମେରିକା ଓ ଋଷିଆ ସମେତ ଭାରତର ସମ୍ପତ୍ତିକୁ ନେଇ ବଡ଼ ଖୁଲାସା

Comments are closed.