Latest Odisha News

BREAKING NEWS

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ

ଭୁବନେଶ୍ଵର: ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା  ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସେ କହିଛନ୍ତି ଯେ, ସମ୍ପର୍କ ନିବିଡ଼ ହେବା ପରେ ପୁରୁଷ ବନ୍ଧୁଜଣକ ତାଙ୍କ ଭିଡ଼ିଓ ଭାଉରାଲ୍ କରିଛନ୍ତି । ଖାଲି ସେତିକି ନୁହେଁ, ସୁଟିଂ ସେଟରେ ହଙ୍ଗାମା କରୁଛନ୍ତି ଓ ନାନା ଧମକଚମକ ମଧ୍ୟ ଦେଉଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ପୂରା ଓଲିଉଡ଼୍ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳିଯାଇଛି ।

୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପୁରୁଷ ବନ୍ଧୁ ମଧ୍ୟ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ସେ କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରର ପୁରସ୍କାର ଲାଭ କରିଥିଲେ। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଛି ।

ସୂଚନା ଯୋଗ୍ୟ ଯେ, ପ୍ରଥମେ ୨୦୨୧ରେ ଏହି ଅଭିନେତ୍ରୀ ଜଣକ ଥାନାରେ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ଏବେ ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ।

 

Leave A Reply

Your email address will not be published.