Latest Odisha News

BREAKING NEWS

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଜାରି ରହିଛି ଚର୍ଚ୍ଚା। ସଡ଼କଠୁ ସୋସିଆଲ ମିଡିଆ ଏବଂ ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମହୋଲ ଗରମ। ମଣିପୁରର ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ସୁପ୍ରିମକୋର୍ଟ ଏହି ଘଟଣାକୁ ନିନ୍ଦନୀୟ କହି ଆକ୍ସନ ମୋଡରେ ଆସିଛନ୍ତି। ଅନ୍ୟପଟେ ବିରୋଧୀମାନେ ଏହି ମାମଲାରେ ଠିକ୍ ପଦକ୍ଷେପ ନନେବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଜୁଲାଇ ୨୭ ରେ ଯେତେବେଳେ ସୁପ୍ରିମକୋର୍ଟଙ୍କ ସ୍ୱତଃ ସଜ୍ଞାନ ଶୁଣାଣି ହୋଇଥିଲା ସେତେବେଳେ କେନ୍ଦ୍ର ସରକାର କହିଥିଲେ ଯେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଛି। ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମଣିପୁର ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ଜୁଲାଇ ୨୮ ରେ କରିବେ।

ଜୁଲାଇ ୨୭ରେ ମଣିପୁର ହିଂସା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଳା ବସ୍ତ୍ର ପରିଧାନ କରି ସଂସଦ ଭିତରେ ଏହି ପ୍ରସଙ୍ଗରେ କହିବାକୁ ଦାବି କରିଥିଲେ। ବିରୋଧୀ ଦଳର ସାଂସଦମାନେ ଏକ ପ୍ରତିନିଧୀ ଦଳ ଗଠନ କରି ମଣିପୁର ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରତିନିଧି ଦଳ ଜୁଲାଇ ୨୯ ଏବଂ ୩୦ ରେ ମଣିପୁର ଗସ୍ତ କରିବେ ବୋଲି ସୂଚନା ରହିଛି।

ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ପରେ ମଣିପୁର ସରକାରଙ୍କ ସହ ଆଲୋଚନା ହେବା ପରେ ସିବିଆଇକୁ ଅଧିକ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅଜୟ ଭଲ୍ଲା ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ସମୟବୃଦ୍ଧି ଉପାୟରେ ଶୁଣାଣି ପୂରା କରିବା ପାଇଁ ମାମଲାକୁ ମଣିପୁରରୁ ବାହାରକୁ ସ୍ଥାନାନ୍ତରଣ କରିବାକୁ ଗୁହାରି କରାଯାଇଛି। ଏହି ଘଟଣାର ମଣିପୁର ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏହାସହ ସିବିଆଇ ଚାର୍ଜସିଟ୍ ଦାଖଲ କରିବାର ଛଅ ମାସ ମଧ୍ୟରେ ତଦନ୍ତ ଶେଷ କରିବା ଉଚିତ୍ ବୋଲି ନିର୍ଦ୍ଦେଶ ମଧ୍ୟ ଦେବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.