Latest Odisha News

BREAKING NEWS

ପୁଣି ହାତୀ ଆତଙ୍କ, ୨ ଜଣଙ୍କ ଘର ଭାଙ୍ଗିଲା ବଣୁଆ ହାତୀ

ସମ୍ବଲପୁର: ପୁଣି ବଣୁଆ ହାତୀ ଉପଦ୍ରବ। ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂହଗଡ ପଞ୍ଚାୟତର ବସିଆପଡାଠାରେ ବଣୁଆହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏଠାରେ ହାତୀ ଉପଦ୍ରବ କରି ଗ୍ରାମର ୨ ଜଣଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ବହୁମାସ ହେବ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଗ୍ରାମର ମଛିନ୍ଦ୍ର ଭୋଇ ଓ ଉର୍ବଳି ଭୋଇଙ୍କ ଘର ଭାଙ୍ଗିଲା ବଣୁଆ ହାତୀ। ଏହାସହ ବ୍ୟାପକ କ୍ଷୟକ୍ଷତି କରିଥିବା ନେଇ ସୂଚନା ମିଳିଛି।

ତେବେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ଟିମ ଆସି କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁ ଯାଇ କ୍ଷୟକ୍ଷତି ନେଇ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମାଞ୍ଚଳରେ ବାରମ୍ୱାର ହାତୀ ଉପଦ୍ରବ ଘଟଣା ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

Leave A Reply

Your email address will not be published.